22.1 C
Bhubaneswar
Friday, January 10, 2025
Homeଓଡିଶାଓଡ଼ିଶାକୁ ଏକ ମେଗା ଆଇ. ଟି ହବରେ ପରିଣତ କରାଯିବ - ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ...

ଓଡ଼ିଶାକୁ ଏକ ମେଗା ଆଇ. ଟି ହବରେ ପରିଣତ କରାଯିବ – ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର:  କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟଙ୍କ ମଧ୍ୟରେ ଓଡିଶାରେ ରେଳ ଯୋଗାଯୋଗ ଓ ଆଇ.ଟି ଶିଳ୍ପ ବିକାଶ ସମ୍ପର୍କରେ ଆଲୋଚନା ହୋଇଛି । ଆଲୋଚନାରୁ ଜଣା ଯାଇଛି ଯେ, ଓଡିଶାରେ ବର୍ତ୍ତମାନ ୪୮ଟି ନୂଆ ରେଳ projects ନିର୍ମାଣ କାମ ଚାଲିଛି । ଏଥିପାଇଁ ୭୩,୭୨୩ କୋଟି ଟଙ୍କା ବିନିଯୋଗ କରାଯାଉଛି । ଏଥିରେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ୮ଟି ନୂଆ ପ୍ରକଳ୍ପ ମଧ୍ୟ ରହିଛି । ଏହି ୮ଟି ପ୍ରକଳ୍ପ ହେଉଛି — ଗୁଣୁପୁର – ଥେରୁବାଲି ନୂଆ ଲାଇନ, ଜୁନାଗଡ଼ – ନବରଙ୍ଗପୁର ନୂଆ ଲାଇନ, ମାଲକାନଗିରି – ପାଣ୍ଡୁରଙ୍ଗପୁରମ ( ଭାଇଆ ଭଦ୍ରାଚଲମ୍ ) ନୂଆ ଲାଇନ, ବାଦାମ ପାହାଡ଼ – କେନ୍ଦୁଝର ଗଡ ନୂଆ ଲାଇନ, ବାଙ୍ଗିରୀପୋଷୀ – ଗୋରୁମହିଷାଣୀ ନୂଆ ଲାଇନ, ବୁରାମର – ଚକୁଳିଆ ନୂଆ ଲାଇନ, ସରଡେଗା – ଭାଲୁମୁଣ୍ଡା ନୂଆ ଡବଲ ଲାଇନ ଏବଂ ବରଗଡ ରୋଡ – ନୂଆପଡ଼ା ରୋଡ ନୂଆ ଲାଇନ।  ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ, ଆସନ୍ତା ୫ ବର୍ଷ ମଧ୍ୟରେ ଓଡିଶାରେ ଆହୁରି ଅନେକ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯିବ ।

ସୂଚନାଯୋଗ୍ୟ ଯେ, ୨୦୧୪ ରୁ ୨୦୨୪ ମଧ୍ୟରେ ଓଡିଶାରେ ୧୮୨୭ କିଲୋମିଟର ଦୀର୍ଘ ରେଳ ଲାଇନ୍ ନିର୍ମାଣ କରାଯାଇଛି, ଯାହା କି ଶ୍ରୀଲଙ୍କାର ରେଳ ନେଟୱାର୍କ ଠାରୁ ଅଧିକ । ଏହି ଅବଧି ମଧ୍ୟରେ ୪୨୭ଟି ରେଳ Under-Bridge ମଧ୍ୟ ନିର୍ମାଣ କରାଯାଇଛି । ଓଡିଶାରେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚାଲୁଥିବା ବେଳେ ଅମୃତ ଷ୍ଟେସନ୍ ଯୋଜନାରେ ୫୯ଟି ଷ୍ଟେସନର ଉନ୍ନତି କରାଯିବ ବୋଲି ଆଲୋଚନାରୁ ଜଣାଯାଇଛି ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଏକ ମେଗା ଆଇ.ଟି ହବ୍ ରେ ପରିଣତ କରାଯିବ । ଏଥିପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଉଛି।ସେ କହିଥିଲେ ଯେ ଓଡିଶାରେ ଆଇ.ଟି ଷ୍ଟାର୍ଟ ଅପ୍‌ର ବିକାଶ ପାଇଁ ଚାରି ଟି ବୈଷୟିକ ଅନୁଷ୍ଠାନରେ ‘Chip to Startup’ କାର୍ଯ୍ୟକ୍ରମ କରଯାଉଛି । ଏହି ଅନୁଷ୍ଠାନ ଗୁଡିକ ହେଉଛି- IIT Bhubaneswar, NIT Rourkela, IIIT Bhubaneswar ଓ Parala Maharaj Engineering College Berhampur. ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡିଶାରେ ଆଇ.ଟି ଶିଳ୍ପର ବିକାଶ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ । ଓଡିଶାରେ ଯେପରି ଅଧିକରୁ ଅଧିକ ଆଇ.ଟି କମ୍ପାନୀ ପୁଞ୍ଜି ବିନିଯୋଗ କରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ ।

ଏହା ସହିତ ଓଡ଼ିଶାରୁ କିପରି ଅଧିକ ଲୋକ ମହା କୁମ୍ଭ ମେଳା – ୨୦୨୫ ଦେଖିବାକୁ ଯାଇପାରିବେ, ତାହା ସୁନିଶ୍ଚିତ କରିବା ସଂପର୍କରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଓଡିଶାରେ ଏକ ବିଶ୍ୱସ୍ତରୀୟ ଆଇ.ଟି ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ପ୍ରସ୍ତାବ ବିଚାରାଧିନ ଅଛି ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିପାଇଁ ଜମି ସହିତ ଅନ୍ୟାନ୍ୟ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ଓଡିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ ଏବଂ ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ର୍ରୀ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking