26.1 C
Bhubaneswar
Tuesday, March 24, 2026
Homeଓଡିଶାଦରଦାମ୍ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଉଛି : ଗୋଲକ ମହାପାତ୍ର

ଦରଦାମ୍ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଉଛି : ଗୋଲକ ମହାପାତ୍ର

 ବିଜେଡି ଉତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଦରବୃଦ୍ଧି ଦେଇଯାଇଛନ୍ତି

 ଏବେ ଓଡ଼ିଶା ବିକାଶକୁ ଦେଖି ଅସହିଷ୍ଣୁ ହୋଇଯାଇଛି
 ସତା ଲୋପ ପାଇବା ଭୟରେ ବିଜେଡି ଏବେ ପ୍ରଳାପ କରୁଛି
 ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ପାଇଁ ରାସ୍ତାକୁ ଓହ୍ଲାଇଛି ବିରୋଧୀ
 ସାରା ବିଶ୍ୱରେ ଓଡ଼ିଶାର ଛବି ମଳିନ କରିବାକୁ ବିଜେଡି ହୀନ ପ୍ରୟାସ କରୁଛି
 ୬ ମାସ ମଧ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋହନ ସରକାର ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି

ଭୁବନେଶ୍ୱର : ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ସରକାରକୁ କେବଳ ୬ ମାସ ବିତିଛି । ଗତ ୨୪ ବର୍ଷ ଧରି ବିଜେଡି ସରକାର ଯାହା କରି ପାର ନ ଥିଲା ମୋହନ ସରକାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାହା କରି ଦେଖାଇପାରିଛି । ମୋହନ ସରକାରଙ୍କ ସଫଳତା ଦେଖି ବିଜେଡିର ଚିନ୍ତା ବଢ଼ିଯାଇଛି । ଲୋକଙ୍କ ପାଇଁ ବିଜେପି ସରକାର ଏଭଳି ପ୍ରଗତି କରି ଚାଲିଲେ ବିଜେଡିର ସତା ଲୋପ ପାଇଯିବ ଭୟରେ ଏବେ ସେମାନେ ପ୍ରଳାପ କରୁଛନ୍ତି । ଦରଦାମ ବୃଦ୍ଧି ପାଇଁ ସେମାନେ ନିଜେ ଦାୟୀ ବୋଲି ଭୁଲିଯାଇଛନ୍ତି । ନିଜ ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ପାଇଁ ଏବେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ରହିଛି । ମାତ୍ର ପ୍ରବାସୀ ଭାରତୀୟଙ୍କୁ ଯେତେବେଳେ ପୁରା ଓଡ଼ିଶା ସ୍ୱାର୍ଗତ କରିବାକୁ ଅପେକ୍ଷା କରିଛି । ସେତେବେଳେ ସାରା ବିଶ୍ୱରେ ଓଡ଼ିଶାର ଛବି ମଳିନ କରିବାକୁ ବିଜେଡି ହୀନ ପ୍ରୟାସ କରୁଛି । ଏହାକୁ ବିଜେପି ନିନ୍ଦା କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପି ସଭାପତି ଶ୍ରୀ ଗୋଲଖ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ତତ୍କାଳୀନ ସରକାର ୨୦୧୩ରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବା ପାଇଁ କହି ଠକି ଦେଇଥିଲା । ମାତ୍ର ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବା ପରେ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛି । କେନ୍ଦ୍ର ସରକାର ଧାନର କୁଇଂଟାଲ ପିଛା ସହାୟକ ମୂଲ୍ୟ ବୃଦ୍ଧି କରିଥିôବାବେଳେ ରାଜ୍ୟ ସରାକର ତା’ଉପରେ ୮୦୦ ଟଙ୍କା ବୋନସ ଦେଇଛନ୍ତି । ଫଳରେ ରାଜ୍ୟରେ ଚାଷୀ ଏବେ ୩୧୦୦ଟଙ୍କାରେ ଧାନ ବିକ୍ରି କରୁଛନ୍ତି । ଏହାଦ୍ୱାରା ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଘଟିଛି । ମହିଳାମାନଙ୍କ ପାଇଁ ବିଜେଡି ସବୁବେଳେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା । ମାତ୍ର ବିଜେପି ସରକାର ଆସିବା ପରେ ସୁଭଦ୍ରା ଯୋଜନାରେ ବର୍ଷକୁ ୨ ଥର ୫ହଜାର ଟଙ୍କା ହିସାବରେ ୧୦ ହଜାର ଏବଂ ମୋଟ୍‌ରେ ୫ ବର୍ଷରେ ୫୦ ହଜାର ଟଙ୍କା ୧କୋଟି ମହିଳାଙ୍କୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଶିକ୍ଷାରେ ଉନ୍ନତି ପାଇଁ ବିଦାର୍ଥୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଗତ ୬ ମାସ ମଧ୍ୟରେ ଏଭଳି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋହନ ସରକାର ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛି । ଏହି ସମୟ ମଧ୍ୟରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବାରମ୍ବାର ଆସିବା, ଏଠାରେ ନୌସେନା ଦିବସ ପାଳନ କରାଯିବା ଏବଂ ସେଥିରେ ରାଷ୍ଟ୍ରପତିଙ୍କ ଯୋଗଦେବା, ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଆୟୋଜନ କରାଯାଇଛି।

ଏବେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି । ୧୬୦ଟି ଦେଶର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସୁଛନ୍ତି । ଏନେଇ ସାରା ବିଶ୍ୱର ନଜର ଏବେ ଓଡ଼ିଶା ଉପରେ ରହିଛି । ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ । ଏହାଦ୍ୱାରା ଓଡ଼ିଶାରେ ପର୍ଯ୍ୟଟନ ସମେତ ଆର୍ôଥକ ଅଭିବୃଦ୍ଧି ଘଟିବ । ଓଡ଼ିଶା ଏଭଳି ବିକାଶକୁ ଦେଖି ବିଜେଡି ଅସହିଷ୍ଣୁ ହୋଇଯାଇଛି । ମୋହନ ସରକାରଙ୍କ ନେତୃତ୍ୱରେ ଓଡ଼ିଶାର ଯେଭଳି ବିକାଶ କରୁଛି ଏବଂ ସରକାର ଯେଭଳି ଲୋକଙ୍କ ପାଖରେ ପହଂଚି ସେମାନଙ୍କ ସହ ଛିଡ଼ା ହେଉଛନ୍ତି ତାହାକୁ ବିଜେଡି ସହ୍ୟ କରିପାରୁନାହିଁ । ନିଜ ଶାସନ ସମୟରେ ବିଜେଡି ଉତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଦରବୃଦ୍ଧି ଦେଇଯାଇଛନ୍ତି । ଏବେ ସେହି ଦୋଷ ବିଜେପି ସରକାର ଉପରକୁ ଠେଲି ଦେଉଛନ୍ତି । ବିଜେଡି ସରକାର ସମୟରେ ଆଳୁ ଓ ପିଆଜ ମିଶନ ଫେଲ ହୋଇଥିବାବେଳେ ଅଣ୍ଡା ଓ ମାଛ ଆଦି ରାଜ୍ୟରେ ଉତ୍ପାଦନ କରି ନ ପାରି ଆନ୍ଧ୍ରରୁ ଅଣାଯାଉଥିଲା । ଏପରିକି ପରିବା ମଧ୍ୟ ରଖି ନ ପାରି ବାହାରୁ ଆମଦାନୀ କରାଯାଉଥିଲା । ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି ବିଜେଡି ଉତରାଧିକାରୀ ସୂତ୍ରରେ ଯାହା ଦେଇଛି ସେଥିପାଇଁ ଏବେ ଆନ୍ଦୋଳନ କରୁଛି । ଏଥିପାଇଁ ଆନ୍ଦୋଳନ କରିବା ପୂର୍ବରୁ ବିଜେଡି ନିଜକୁ ପ୍ରଶ୍ନ କରିବା ଦରକାର ଯେ, ଦୀର୍ଘବର୍ଷ ଧରି ଶାସନ କରିବା ପରେ ଓଡ଼ିଶାରେ ଦରଦାମ ବୃଦ୍ଧି ହେଲା କାହିଁକି? ଓଡ଼ିଶାବାସୀଙ୍କ ପ୍ରତି ସେମାନେ ଯେଉଁଭଳି ଉପେକ୍ଷା କରିଛନ୍ତି ସେଥିରୁ ବର୍ତିବା ପାଇଁ ବିଜେଡି ଏଭଳି ହୀନ ପ୍ରୟାସ କରୁଛି । କିନ୍ତୁ ଆଗାମୀ ଦିନରେ ଦାରଦାମ ବୃଦ୍ଧିରୁ ଓଡ଼ିଶାବାସୀଙ୍କୁ ମୁକୁଳାଇବା ପାଇଁ ବିଜେପି ସରକାର ଲମ୍ବା ଯୋଜନା କରି ପ୍ରକ୍ରିୟା ଆରମ୍ଭ କରିସାରିଛି । ଏଥିରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ରହିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking