26.1 C
Bhubaneswar
Sunday, January 5, 2025
Homeଓଡିଶାବର୍ଷକରେ ଭିଜିଲାନ୍ସ ଜାଲରେ ୧୮୧ ବାବୁ

ବର୍ଷକରେ ଭିଜିଲାନ୍ସ ଜାଲରେ ୧୮୧ ବାବୁ

ଭୁବନେଶ୍ୱର : ବର୍ଷକରେ ୧୮୧ ଜଣ ଦୁର୍ନୀତିଗ୍ରସ୍ତ   ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ ।  କେବଳ ସରକାରୀ ନୁହଁନ୍ତି ସେମାନଙ୍କର ସହେଯାଗୀଙ୍କୁ ବାନ୍ଧିବା ସହ  ସେମାନଙ୍କର ନାଁରେ ରୁଜୁ ହୋଇଛି    ୨ ଶହରୁ ଅଧିକ ମାମଲା ।   ୧୮୧ ଜଣ ସରକାରୀ ଅଫିସରଙ୍କ ମଧ୍ୟରେ ୫୦ ଜଣ କ୍ଲାସ୍ ୱାନ୍ ଅଫିସର, ୬ ଜଣ ଚିଫ୍ ଇଞ୍ଜିନିୟର, ଅବକାରୀ ଯୁଗ୍ମ କମିଶନର, ଡେପୁଟି ଡାଇରେକ୍ଟର ଫିସେରୀ, ସିଟି-ଜିଏସଟିର ଦୁଇ ଜଣ ଆସିଷ୍ଟାଣ୍ଟ କମିଶନର, ୨ ତହସିଲଦାର, ୨ ବିଡିଓ, ୩ ସିଏସଓ ରହିଛନ୍ତି । ଏହା ସହ ୧୯ ଜଣ ଇଞ୍ଜିନିୟର, ୨୨ ରାଜସ୍ୱ ଅଧିକାରୀ, ୨୦ ଜଣ ପିଆର, ଡିଡବ୍ଲୁ ଅଫିସିଆଲ ସହ ୯ ଜଣ ପୁଲିସ ଅଧିକାରୀ ବି ଗିରଫ ହୋଇଛନ୍ତି । ଏତିକିରେ ସରିନି ଅସାଧୁ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଭିଜିଲାନ୍ସ ୫ ଡାକ୍ତର, ୩ ବନ ଅଧିକାରୀଙ୍କୁ ବି ଗିରଫ କରିଛି । ୬୦ରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୩୧ କୋଟି ଟଙ୍କା ସିଜ୍ କରିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking