28.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶ୧୯ ହଜାର କର୍ମଚାରୀଙ୍କୁ  ଭିଆରଏସ୍ ମାଧ୍ୟମରେ ହଟାଇବାକୁ ଚାହୁଁଛି ବିଏସଏନଏଲ୍ : ରିପୋର୍ଟ

୧୯ ହଜାର କର୍ମଚାରୀଙ୍କୁ  ଭିଆରଏସ୍ ମାଧ୍ୟମରେ ହଟାଇବାକୁ ଚାହୁଁଛି ବିଏସଏନଏଲ୍ : ରିପୋର୍ଟ

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ୍) ତାଙ୍କର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ତଥା କର୍ମଚାରୀ ସଂଖ୍ୟା କମାଇବା ପାଇଁ ଦ୍ୱିତୀୟ ଭିଆରଏସ ପ୍ରଚଳନ କରିବାକୁ ଚିନ୍ତା କରୁଛି।   ଏକ ଖବର ଅନୁସାରେ, ଡିପାର୍ଟମେଣ୍ଟ ଅଫ ଟେଲିକମ୍ (ଡିଓଟି) ଏହା ପାଇଁ ଅର୍ଥ ମନ୍ତ୍ରାଳୟରେ ଅନୁମୋଦନ ପାଇଁ ଯୋଜନା କରୁଛି। ଖବର ଅନୁଯାୟୀ, ଦ୍ୱିତୀୟ ଭିଆରଏସ୍ ପ୍ରଚାଳନ ପାଇଁ ବିଏସଏନଏଲ୍ ଅର୍ଥ ମନ୍ତ୍ରାଳୟରେ ୧,୫୦୦ କୋଟି ଟଙ୍କା ଅନୁରୋଧ କରିଛି । “ବିଏସଏନଏଲ୍‌ର ବୋର୍ଡ ଡିଓଟିକୁ ପ୍ରସ୍ତାବ ପଠାଯାଇଛି। ଜଣେ ସରକାରୀ କର୍ମଚାରୀ କହିଛନ୍ତି ୧୮ହଜାର ରୁ ୧୯ ହଜାରକର୍ମଚାରୀଙ୍କୁ  ଭିଆରଏସ୍ ମାଧ୍ୟମରେ ହଟାଇବାକୁ ଚାହୁଁଛନ୍ତି , ଯାହାର ମୂଳ ଉଦ୍ଦେଶ୍ୟ ନିଗମର ଆର୍ଥିକ ସ୍ଥିତିକୁ ସୁସ୍ଥ କରିବା । ବିଏସଏନଏଲ୍ ତାଙ୍କର କର୍ମଚାରୀ ଦଳକୁ ପରିଚାଳନା କରିବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ମାସରେ ୭ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରେ। ଯାହା ଆୟର ୩୮ପ୍ରତିଶତ ରହିଥାଏ । ଏହାକୁ ୫ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କମାଇବା ପାଇଁ ଏହି ଭିଆରଏସ୍ ଯୋଜନା ଆୟୋଜନ କରୁଛି। ଯେତେବେଳେ ଏହାର ଅନୁମୋଦନ ମିଳିବ, ସଂଚାର ମନ୍ତ୍ରାଳୟ ଆଗରେ ଏହାକୁ ରଖାଯିବ । ୨୦୧୯ ମସିହାରେ, ସରକାର ବିଏସଏନଏଲ୍ ଏବଂ ଏମଟିଏନଏଲ୍ କର୍ମଚାରୀଙ୍କ ପାଇଁ ଏକଭିଆର ଏସ ଯୋଜନା କରିଥିଲେ । ଏହା ସହିତ ୬୯ହଜାର କୋଟି ଟଙ୍କାର ଯୋଜନା ଅନୁମୋଦନ କରିଥିଲେ । ବିଏସଏନଏଲ୍‌ର ଆୟ ୨୧,୩୦୨ କୋଟି ଟଙ୍କାକୁ ପହଞ୍ଚିଛି। କମ୍ପାନୀରେ ପ୍ରାୟ ୩୦ହଜାର ଅନ-ଏକ୍ସିକ୍ୟୁଟିଭରେ ରହିଥିବା ବେଳେ ୨୫ହଜାର ଏକ୍ସିକ୍ୟୁଟିଭ୍‌ରେ କାର୍ଯ୍ୟରତ ଅଛନ୍ତି । ୨୦୨୨ ମସିହାରେ, ସରକାର ବିଏସଏନଏଲ୍ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ଦ୍ୱିତୀୟ ରିଭାଇବଲ ପ୍ୟାକେଜ ଅନୁମୋଦନ କରିଥିଲା । ସେହିପରି ୨୦୨୩ ମସିହାରେ, ତୃତୀୟ ରିଭାଇବଲ ପ୍ୟାକେଜରେ  ୮୯ହଜାର କୋଟି ଟଙ୍କାରେ ଅନୁମୋଦନ ହୋଇଥିଲା। ଏହି ଯୋଜନା ଆଧାରରେ, ବିଏସଏନଏଲ୍ ତାଙ୍କର ତ୍ୱରିତ ୪ଜି ଏବଂ ୫ଜି ସେବା ଶୀଘ୍ର ରଖିବାକୁ ଯୋଜନା କରୁଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking