24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶଜାନୁଆରୀ ୨୬ରୁ  ସମ୍ବିଧାନ ବଞ୍ଚାଅ ପଦଯାତ୍ରା ଆରମ୍ଭ  : କଂଗ୍ରେସ

ଜାନୁଆରୀ ୨୬ରୁ  ସମ୍ବିଧାନ ବଞ୍ଚାଅ ପଦଯାତ୍ରା ଆରମ୍ଭ  : କଂଗ୍ରେସ

ନୂଆଦିଲ୍ଲୀ : ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଓ କଂଗ୍ରେସ   ପଦଯାତ୍ରା ।  ସିଡବ୍‌ଲ୍ୟୁସିର  ବୈଠକ ପରେ  ପରେ  କଂଗ୍ରେସ ନେତା ଜୟରାମ ରମେଶ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାରତ ଯୋଡ଼ ଯାତ୍ରା ଦଳ ପାଇଁ ସଞ୍ଜିବନୀ ପାଲଟିଥିଲା। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲା ଦଳ। ଯାହା କଂଗ୍ରେସ ରାଜନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା। ପରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ଏବେ ଜାନୁଆରୀ ୨୬ରୁ ସମ୍ବିଧାନ ବଞ୍ଚାଅ ପଦ ଯାତ୍ରା କରିବ ଦଳ। ଗାଁରୁ ବାହାରିବ କଂଗ୍ରେସର ରାଲି। ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ କଂଗ୍ରେସର ସବୁ ବଡ଼ ବଡ଼ ନେତା ଏହି ପଦଯାତ୍ରାରେ ସାମିଲ ହେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking