34.1 C
Bhubaneswar
Thursday, March 26, 2026
Homeଓଡିଶାମାଲକାନଗିରିରେ ହେବ ସିମେଣ୍ଟ କାରଖାନା : ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ ହେବ ସିମେଣ୍ଟ କାରଖାନା : ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ୪୦୦୦ କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ ୨୦୦୦ରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ମାଲକାନଗିରି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଜିଲ୍ଲାର ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ ବିହୀନ ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲାରେ ଗୋଟିଏ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ ୨୦୦୦ରୁ ଅଧିକ ଶିକ୍ଷିତ ଯୁବକ ଓ ଯୁବତୀ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ। ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ରେଳ ଲାଇନ୍‌ ଓ ଏନ୍‌ଏଚ୍‌ କାମକୁ ତ୍ୱରାନ୍ୱିତ କରାଯିବ। ଆଗାମୀ ଦିନରେ ଜୟପୁରରୁ ମାଲକାନଗିରି ଓ ମାଲକାନଗିରିରୁ ଭଦ୍ରାଞ୍ଚଳମ୍‌କୁ ରେଳ ସଂଯୋଗ କରାଯିବ। ଏହାଦ୍ୱାରା ଜିଲ୍ଲାର ଆର୍ଥିକ ସ୍ଥିତି ସୁଧୁରିବା ସହ ସ୍ଥାନୀୟ ଯୁବକ ଯୁବତୀମାନେ ଉପକୃତ ହେବେ। ଜିଲ୍ଲାରେ ଚାଲିଥିବା ସମସ୍ତ ସରକାରୀ କାର୍ଯ୍ୟ ଗୁଡିକର ତରାନ୍ୱିତ ପାଇଁ ପ୍ରତି ୧୫ ଦିନ ଓ ମାସେରେ ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି କାର୍ଯ୍ୟର ସମୀକ୍ଷା କରିବେ। ସ୍ୱାଭିମାନ ଅଂଚଳରେ ଆଉ ଏକ ସେତୁ ନିର୍ମାଣ ସହ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗର ବାଟ ଫିଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମୀକ୍ଷା ବୈଠକ ପୂର୍ବରୁ ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ କରିବା ପାଇଁ ଅନେକ ଲୋକ ଆସିଥିଲେ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣିପାରିନଥିଲେ। ସେ ନିଜ ପ୍ରକୋଷ୍ଠକୁ ଲୋକଙ୍କୁ ନଡାକି, ସେମାନଙ୍କ ପାଖକୁ ଚାଲି ଯାଇଥିଲେ। ଆଉ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏଥିସହ ଖୁବଶୀଘ୍ର ସମସ୍ୟାର ସମାଧାନ କରିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଏଭଲି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଅଭିଯୋକାରୀମାନେ ଖୁବ୍‌ ପ୍ରଶଂସା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking