ନୂଆଦିଲ୍ଲୀ: ଉତ୍ତର କୋରିଆ ନିଜ ଅଜବ ଗଜବ ଆଇନ୍ କାନୁନ ଏବଂ ମିସାଇଲ ପରୀକ୍ଷଣ ପାଇଁ ସାରା ଦୁନିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ବ୍ୟତୀତ ଏଠାରେ ଅନେକ ରହସ୍ୟ ମଧ୍ୟ ଅଛି, ଯାହାକୁ ସାଧାରଣ ଲୋକଙ୍କ ଠାରୁ ଲୁଚାଇ ରଖାଯାଏ । ତେବେ ଏଠାରେ ଏକ ରହସ୍ୟମୟ ପିରାମିଡ୍ ଆକାରର ଅଟ୍ଟାଳିକା ରହିଛି, ଯେଉଁଠାରେ ଏକ ହୋଟେଲ୍ ନିର୍ମାଣ କରାଯାଇଛି । ଏହି ହୋଟେଲଟି ବହୁତ ବଡ଼, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ହୋଟେଲରେ ଆଜି ଯାଏଁ କେ?ଣସି ବ୍ୟକ୍ତି ରହି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ହୋଟେଲ ବିଷୟରେ । ଏହି ରହସ୍ୟମୟ ହୋଟେଲର ଅଫିସିଆଲ ନାମ ରୟୁଗୟୋଙ୍ଗ । କିନ୍ତୁ ଏହାକୁ ୟୁ-କ୍ୟୁଙ୍ଗ୍ ନାମ ଅନୁସାରେ ଜଣାଯାଏ । ଏହି ହୋଟେଲ ଉତ୍ତରକୋରିଆର ରାଜଧାନୀ ପ୍ୟୋଙ୍ଗୟୋଙ୍ଗ ଠାରେ ଅବସ୍ଥିତ ଏବଂ ଏହାର ଉଚ୍ଚତା ୩୩୦ ମିଟର । ଏଥିରେ ମୋଟ ୧୦୫ ରୁମ୍ ଅଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ବି ମଣିଷ ଏ ହୋଟେଲରେ ରହି ନାହାନ୍ତି । ଏହି ହୋଟେଲକୁ ଅଭିଶପ୍ତ କୁହାଯାଏ ।
ଏହା ବ୍ୟତୀତ ଏହି ‘୧୦୫ ବିଲ୍ଡିଂ ନାମ ଅନୁସାରେ ମଧ୍ୟ ଜଣାଯାଏ । ରୟୋଗୟୋଙ୍ଗ ହୋଟେଲ, ଯାହାକୁ ଭୁତ ହୋଟେଲ ମଧ୍ୟ କୁହାଯାଏ । ଏହି ହୋଟେଲକୁ ନିର୍ମାଣ କରିବା ପାଇଁ ପାଖାପାଖି ୫୫ ଆରବ ଖର୍ଚ୍ଚ ହୋଇଥିଲା । ଏହି ହୋଟେଲ ଦୁନିଆର ସବୁଠାରୁ ଉଚ୍ଚ ହୋଟେଲ ହେବାକୁ ଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଖୋଲା ହୋଇନାହିଁ । ଏଠାକୁ ଲୋକ ଯାଉ ନଥିବାରୁ ଏହା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଯଦି ଏହି ହୋଟେଲ ସମୟ ଭିତରେ ପୁରା ହୋଇଥାଆନ୍ତା, ତେବେ ଏହା ଦୁନିଆର ସପ୍ତମ ସର୍ବୋଚ୍ଚ ଅଟ୍ଟାଳିକା ହୋଇଥାନ୍ତା । ଏହି ହୋଟେଲର ନିର୍ମାଣ କାର୍ଯ୍ୟ ୧୯୮୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହା ଦୁଇ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ନିର୍ମାଣ ସମୟରେ ଅନେକ ସମସ୍ୟା ଉପୁଜି ଥିଲା, ନିର୍ମାଣ ସାମଗ୍ରୀର ଅଭାବ ଏବଂ ନିର୍ମାଣ ସହ ଜଡିତ ବୈଷୟିକ ଅସୁବିଧା କାରଣରୁ ନିର୍ମାଣ କାର୍ଯ୍ୟ ଅନେକ ଥର ବନ୍ଦ ହୋଇଗଲା ।
ପରେ ୧୯୯୨ ମସିହାରେ ଉତ୍ତର କୋରିଆର ଆର୍ôଥକ ଅବସ୍ଥା ଖରାପ ହେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ତେବେ ୨୦୦୮ ମସିହାରେ ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିଲା । ଏହି ବିଶାଳ କୋଠାର ବ୍ୟବସ୍ଥା ପାଇଁ ପ୍ରାୟ ୧୧ ବିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହା ପରେ ବିଲ୍ଡିଂରେ ଗ୍ଲାସ୍ ପ୍ୟାନେଲ୍ ଲଗାଯାଇଥିଲା ଏବଂ ଅନ୍ୟାନ୍ୟ ଛୋଟ କାମ ଶେଷ ହୋଇଥିଲା, କିନ୍ତୁ ହୋଟେଲଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ୨୦୧୨ରେ ଉତ୍ତର କୋରିଆ ସରକାର ଖୁବ ଶୀଘ୍ର ରୟୁଗୟୋଙ୍ଗ ହୋଟେଲର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି କରିଥିଲେ । କିନ୍ତୁ ତାରିଖଗୁଡ଼ିକରେ ବାରମ୍ବାର ପରିବର୍ତ୍ତନ ସତ୍ତ୍ୱେ, ଏହି ହୋଟେଲ ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି । ନିର୍ମାଣ କାର୍ଯ୍ୟରେ ଲଗାତାର ବାଧା ଏବଂ ସମସ୍ୟା ହେତୁ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହାର ବିଶାଳତା ଏବଂ ପିରାମିଡ୍ ଆକୃତି ସତ୍ତ୍ୱେ ଏହି ହୋଟେଲ ଏକ ରହସ୍ୟମୟୀ ଏବଂ ଅସମ୍ପୂର୍ଣ୍ଣ କୋଠା ଭାବରେ ଲୋକେ ଦେଖନ୍ତି ।