32.7 C
Bhubaneswar
Friday, June 19, 2026
Homeଦେଶ ବିଦେଶଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ। ଡିସେମ୍ବର ଆରମ୍ଭରୁ ଶୀତ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪ ବର୍ଷର ରେକର୍ଡ ଭାଙ୍ଗିଛି। ଚଳିତ ଶୀତ ମାସରେ ପ୍ରଥମଥର ଲାଗି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଛି। ସଫଦରଜଙ୍ଗରରେ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଛି। ରବିବାରଠାରୁ ଦିଲ୍ଲୀରେ ଶୀତ ଲହରି ଜାରି ରହିଛି। ଦିଲ୍ଲୀ ସମେତ ପୁରା ଉତ୍ତର ଭାରତରେ ଶୀତପଡୁଛି। କିଛି ଦିନ ହେଲା ଦିଲ୍ଲୀରେ ଶୀତର ପ୍ରଭାବ ଅଧିକ ରହିଛି। ଗତକାଲିର ଶୀତ ଦିଲ୍ଲୀରେ ରେକର୍ଡ ଭାଙ୍ଗିଥିଲା। ଡିସେମ୍ବର ଆରମ୍ଭରୁ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଥିଲା। ଆଗରୁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରେକର୍ଡ ଅନୁସାରେ ଏହି ଅବଧି ସମୟରେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୯୮୭ ଡିସେମ୍ବର ୬ ତାରିଖରେ ୪.୧ ଡିଗ୍ରୀ ରେକର୍ଡ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking