25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶ୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା। ସକାଳେ ୮ ଜଣ ଭାରତୀୟ ମତ୍ସ୍ୟଜୀବୀକୁ ଗିରଫ କରିବା ସହିତ ଦୁଇଟି ବୋଟ ଜବତ କରିଛି ଶ୍ରୀଲଙ୍କା। ୮ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ କଙ୍ଗେସନ୍ତୁରାଇ ନାଭାଲ୍ କ୍ୟାମ୍ପକୁ ନେଇଛି ଶ୍ରୀଲଙ୍କ ନୌସେନା। ମଣ୍ଡପମ ମତ୍ସ୍ୟଜୀବୀ ସଂଘ ଅନୁଯାୟୀ, ମତ୍ସ୍ୟଜୀବୀମାନେ ଡିସେମ୍ବର ୭ ରେ ରାମନାଥପୁରମ୍ ଜିଲ୍ଲାର ମଣ୍ଡପମ ଉତ୍ତର ଉପକୂଳରୁ ୩୨୪ ଡଙ୍ଗାରେ ମତ୍ସ୍ୟଜୀବୀମାନେ ପାଲ୍କ ସାଗର ଅଞ୍ଚଳର ଡେଲଫ୍ଟ ଦ୍ୱୀପ ନିକଟରେ ମାଛ ଧରୁଥିଲେ। ତେବେ ସେମାନେ ସୀମା ଇତିକ୍ରମ କରିଥିବା ଅଭିଯୋଗ କରି ଆଜି ସକାଳେ ଶ୍ରୀଲଙ୍କା ନୌସେନା ତାଙ୍କୁ ଗିରଫ କରିଛି। ଏଥିସହିତ ଦୁଇଟି ଡଙ୍ଗା ଜବତ କରିଛି। ସୂଚନା ମୁତାବକ ଗିରଫ କରିବା ପରେ ସେମାନଙ୍କୁ ତଦନ୍ତ ପାଇଁ ସେମାନଙ୍କୁ କାଙ୍ଗେସନ୍ତୁରାଇ ନାଭାଲ କ୍ୟାମ୍ପକୁ ନିଆଯାଇଥିଲା। ତଦନ୍ତ ପରେ ମତ୍ସ୍ୟଜୀବୀ ଏବଂ ଡଙ୍ଗାକୁ ଜାଫ୍ନା ମତ୍ସ୍ୟ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking