ଝାଡ଼ଖଣ୍ଡ: ଶିମିଳପାଳ ଜଙ୍ଗଲ ଅତିକ୍ରମ କରି ଝାଡ଼ଖଣ୍ଡରେ ପହଞ୍ଚିଛି ବାଘୁଣୀ । ବାଘୁଣୀ ଜିନ୍ନତ ଉପରେ ନଜର ରଖିଛି ବନ ବିଭାଗ । ଶିମିଳପାଳ ଆରସିସିଏଫ ଙ୍କ ସୂଚନା ରହିଛି । ନଭେମ୍ବର ୧୫ ରେ ଜିନ୍ନତକୁ ଶିମିଳପାଳ କୋର ଏରିଆରେ ଛଡାଯାଇଥିଲା । ତେବେ ଆଜି ଶିମିଳପାଳ ଅଭୟାରଣ୍ୟରୁ ବାଘୁଣୀ ଜିନ୍ନତ ପଳାଇଥିବା ଦେଖିବାକୁ ମିଳିଛି। ବାଘୁଣୀ ଜିନ୍ନତ ଶିମିଳପାଳ ପାର ହୋଇ ଝାଡ଼ଖଣ୍ଡ ଜଙ୍ଗଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ତେବେ ବାଘୁଣୀ ଉପରେ ବନ ବିଭାଗ ନଜର ରଖିଥିବା ବେଳେ , ଖୁବଶୀଘ୍ର ବାଘୁଣୀ ଜିନ୍ନତକୁ ଓଡିଶା ଫେରେଇ ଅଣାଯିବ ବୋଲି ଆଜି ସୂଚନା ଦେଇ କହିଛନ୍ତି ଶିମିଳପାଳ ଆରସିସିଏଫ ।