14.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନିଜ ଛୁଆଙ୍କୁ ତଣ୍ଟି ଚିପି ହତ୍ୟା କଲା ମା  

ନିଜ ଛୁଆଙ୍କୁ ତଣ୍ଟି ଚିପି ହତ୍ୟା କଲା ମା  

ବେଙ୍ଗାଲୁର : ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ଏପରି ଏକ ହୃଦୟ ବିଦାରକ ଘଟଣା ବାଙ୍ଗାଲୁରୁରେ ଘଟିଛି। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ପତ୍ନୀ ହିଁ  ନିଜ ଦୁଇ ପିଲାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି। ମୃତ ଭାଇଭଉଣୀଙ୍କ ବୟସ ଯଥାକ୍ରମେ ୭ ଓ ୩ ବର୍ଷ ବୋଲି ଜଣାଯାଇଛି। ପତ୍ନୀ ମମତା ସାହୁ ହିଁ ଦୁଇ ପିଲାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ସୁନୀଲ ସାହୁ ନାମକ ବ୍ୟକ୍ତିଜଣକ ଅଭିଯୋଗ କରିଛନ୍ତି। ମାତ୍ର ମହିଳାଜଣକ ନିଜ ପିଲାଙ୍କୁ ମାରି ନ ଥିବା ସଫେଇ ଦେଇଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।ଝାରଖଣ୍ଡ ବାସିନ୍ଦା ୩୦ ବର୍ଷୀୟ ସୁନୀଲ ବାଙ୍ଗାଲୁରୁରେ ଅଟୋ ଚଳାଇ ନିଜ ପରିବାର ପୋଷୁଥିଲେ। ସେଠାରେ ସେ ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରହୁଥିଲେ। ପୁଲିସ୍ ସୂଚନା ଅନୁଯାୟୀ, କିଛି ଦିନ ହେବ ସୁନୀଲ ଓ ମମତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ଏହାପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗତ ରାତିରେ ସୁନୀଲ ଘରକୁ ଫେରିବା ପରେ ଘରେ ମମତା ଓ ଦୁଇ ପିଲା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ସମସ୍ତଙ୍କୁ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଦୁଇ ପିଲାଙ୍କୁ ମୃତ ଘୋଷଣା କରିଥିଲେ। ରଶି ସାହାଯ୍ୟରେ ବେକ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମାତ୍ର ମମତାଙ୍କ ବେକରେ ସାମାନ୍ୟ ଚୋଟ ଲାଗିଥିବା ବେଳେ ସେ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ସୁନୀଲ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି, ମମତା ଅବସାଦରେ ଥିଲେ, ତେଣୁ ସେ ପିଲାମାନଙ୍କ ହତ୍ୟା କରିଛନ୍ତି। କାରଣ ଘଟଣା ସମୟରେ ସେ ହିଁ ଘରେ ଉପସ୍ଥିତ ଥିଲେ।ପୁଲିସ୍ ଘଟଣା ସମୟର ସିସିଟିଭି ଫୁଟେଜ ଯାଞ୍ଚ କରିଥିବା ବେଳେ ଉକ୍ତ ସମୟରେ ମମତା ଘରେ ଥିବା ବେଳେ ସୁନୀଲ ନ ଥିବା ଜାଣିବାକୁ ପାଇଛି। ତେବେ ନିଜ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗକୁ ମମତା ଅସ୍ୱୀକାର କରିଛନ୍ତି। ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି। ପୁଲିସ୍ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ କୌଣସି ଗିରଫଦାରୀ କରି ନ ଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking