22.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶରାଜ କୁନ୍ଦ୍ରାଙ୍କ ଘରେ ଇଡ଼ି ଚଢ଼ଉ

ରାଜ କୁନ୍ଦ୍ରାଙ୍କ ଘରେ ଇଡ଼ି ଚଢ଼ଉ

ନୂଆଦିଲ୍ଲୀ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ଅଶ୍ଳୀଳ ନେଟୱାର୍କ ସହ ଜଡିତ ଅର୍ଥ ହେର୍‌ଫେର୍ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବାସଭବନ ତଥା କାର‌୍ୟ୍ୟାଳୟରେ ଚଢ଼ଉ କରିିଛି। କେନ୍ଦ୍ରୀୟ ଏଜେନ୍ସି ଏହି ତଦନ୍ତ ଆରମ୍ଭ କରି କୁନ୍ଦ୍ରାଙ୍କ ସହଯୋଗୀଙ୍କ ପୂରା ପରିସରକୁ ମଧ୍ୟ ଖୋଜୁଛି ବୋଲି ଅଧିକାରୀମାନେ କହିଛନ୍ତି।  ‘ଅଶ୍ଳୀଳ’ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ କୁନ୍ଦ୍ରାଙ୍କୁ ଜୁନ୍ ୨୦୨୧ରେ ଗିରଫ କରାଯାଇଥିଲା। ଦୁଇ ମାସ ଜେଲରେ ରହିବା ପରେ ସେ ସେ‌ପ୍ଟେମ୍ବର ୨୦୨୧ରେ ଜାମିନରେ ବାହାରକୁ ଆସିଥିଲେ। ମୁମ୍ବାଇ ପୁଲିସର କହିବାନୁସାରେ, ରାଜ ଏହି ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ। ତେବେ ଏହି ମାମଲାକୁ ନେଇ ଏବେ ତାଙ୍କ ବାସଭବନ ଓ ବିଭିନ୍ନ କାର‌୍ୟ୍ୟାଳୟରେ ଚଢ଼ଉ କରୁଛି ଇଡି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking