28.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କାକୁ ବଢ଼ିଲା

ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କାକୁ ବଢ଼ିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଦିଲ୍ଲୀର କ୍ଷମତାସୀନ୍ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ଦିଲ୍ଲୀବାସୀଙ୍କୁ ପ୍ରଲୋଭିତ କରିବା ଆରମ୍ଭ କରିଦେଇଛନ୍ତି। ନୂଆ ଘୋଷଣା ଭାବେ ଆପ୍ ସରକାର ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ (୭୦ ବର୍ଷରୁ ଊର୍ଦ୍ଧ୍ୱ) ପାଇଁ ମାସିକ ୨୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି। ଦିଲ୍ଲୀର ପ୍ରାୟ ୮୦ ହଜାର ବୃଦ୍ଧାବୃଦ୍ଧଙ୍କ ପାଇଁ ଏହି ନୂଆ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା ଆରମ୍ଭ କରାଯିବ। ଏହି ଘୋଷଣା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ବର୍ତ୍ତମାନ ୫ ଲକ୍ଷ ୩୦ ହଜାର ବୟସ୍କଙ୍କୁ ପେନ୍‌ସନ୍ ମିଳିବ। ଦିଲ୍ଲୀର ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷମାନେ ବରାବର ସେମାନଙ୍କ ଭତ୍ତା ପଇସାକୁ ବୃଦ୍ଧି କରିବାକୁ ଦାବି କରୁଥିଲେ। ସେମାନଙ୍କ ଏହି ଦାବିକୁ ଦିଲ୍ଲୀ ସରକାର ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ କ୍ୟାବେନେଟ୍ ମଞ୍ଜୁରି ମଧ୍ୟ ମିଳିସାରିଛି। ଏହି ନୂଆ ନୀତି ଲାଗୁ ହେବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ଆବେଦନ ଆସିସାରିଥିବା କେଜ୍ରିୱାଲ୍ କହିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ, ୬୦ରୁ ୬୯ ବର୍ଷ ବୟସର ବୃଦ୍ଧାବୃଦ୍ଧଙ୍କୁ ପ୍ରତିମାସରେ ୨ ହଜାର ଟଙ୍କା ଭତ୍ତା ଦିଆଯିବ। ସେହିପରି ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାସିକ ୨୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ବର୍ତ୍ତମାନ ଦିଲ୍ଲୀର ସମୁଦାୟ ୫ଲକ୍ଷ ୩୦ହଜାରରୁ ଅଧିକ ବୃଦ୍ଧବୃଦ୍ଧା ୨୦୦୦ରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ପାଇବେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking