35.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶସେନାରୁ ତୃତୀୟଲିଙ୍ଗୀଙ୍କୁ ବିଦା କରିବେ ଟ୍ରମ୍ପ

ସେନାରୁ ତୃତୀୟଲିଙ୍ଗୀଙ୍କୁ ବିଦା କରିବେ ଟ୍ରମ୍ପ

ୱାଶିଂଟନ୍ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶର ସେନାବାହିନୀରୁ ସମସ୍ତ ତୃତୀୟଲିଙ୍ଗୀଙ୍କୁ ବାହାର କରିବାକୁ ଯାଉଛନ୍ତି। ଏନେଇ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଟ୍ରମ୍ପ୍ ଏବେ ଆମେରିକାର ୨ୟ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ନିଜର ଏହି ୨ୟ ପାଳିର ପ୍ରଥମ ଦିନରେ ସେ ଏହି ନିଷ୍ପତ୍ତିକୁ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। ଏହାଫଳରେ ଆମେରିକା ସେନାରେ କାର୍ଯ୍ୟରତ ପ୍ରାୟ ୧୫ ହଜାର ତୃତୀୟଲିଙ୍ଗୀ କର୍ମଚାରୀ ଚାକିରି ହରାଇବାକୁ ନେଇ ଆଶଙ୍କାରେ ରହିଛନ୍ତି। ତେବେ ଆମେରିକୀୟ ସେନାରେ ଅଧିକ ସଂଖ୍ୟକ ସୈନିକଙ୍କୁ ଭର୍ତ୍ତି କରାଯାଇପାରୁନଥିବାବେଳେ ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ନିରାପତ୍ତା ବ୍ୟବସ୍ଥାକୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ବି ସେ ଅନୁରୂପ ନିର୍ଦ୍ଦେଶ ଜାରି କରିଥିଲେ। ସେନାରେ ନୂତନ ଭାବେ ତୃତୀୟଲିଙ୍ଗୀଙ୍କୁ ଭର୍ତ୍ତି କରିବା ଉପରେ ଟ୍ରମ୍ପ କଟକଣା ଲାଗୁ କରିଥିଲେ। ମାତ୍ର ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଜୋ ବାଇଡେନ କ୍ଷମତାକୁ ଆସିବା ପରେ ଟ୍ରମ୍ପଙ୍କ ନିର୍ଦ୍ଦେର୍ଶକୁ ବାତିଲ କରିଦେଇଥିଲେ। କିନ୍ତୁ ଏଥର ଟ୍ରମ୍ପ୍‌ଙ୍କ ନୂଆ ନିର୍ଦ୍ଦେଶନାମା ଯୋଗୁ ସେନାରେ ତୃତୀୟଲିଙ୍ଗୀଙ୍କ ଭର୍ତ୍ତି ଉପରେ କଟକଣା ଲାଗିବା ସହିତ ପୂର୍ବରୁ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ଚାକିରି ହରାଇବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking