ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ୨୦୨୫ ଆଇପିଏଲ ଅକ୍ସନରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆରସିବି। ଆରସିବି ୮.୭୫ କୋଟି ଟଙ୍କା ବଳରେ ନିଜ ସହ ସାମିଲ କରିଛି। ଲିଭିଙ୍ଗଷ୍ଟୋନ ୨୦୨୪ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିଲେ। ହେଲେ ତାଙ୍କୁ ପଞ୍ଜାବ ରିଲିଜ କରିଦେଇଥିଲା। ୨୦୨୫ରେ ସେ ଏବେ ଆରସିବି ପାଇଁ ଖେଳିବେ। ଅକ୍ସନ ତାଙ୍କୁ ନେବା ପାଇଁ ହାଇଦ୍ରାବାଦ, ଦିଲ୍ଲୀ, ଆରସିବି ଓ ଚେନ୍ନାଇ ଭଳି ଦଳ ଚାହିଁଥିଲେ। ପ୍ରଥମେ ଆରସିବି ଓ ହାଇଦ୍ରାବାଦ ମଧ୍ୟରେ ୱାର ଆରମ୍ଭ ହୋଇଥିଲା। ଦିଲ୍ଲୀରେ ଏଥିରେ ପଶିବାରୁ ଲିଭଙ୍ଗଷ୍ଟୋନଙ୍କ ଦାମ ୬ କୋଟି ପାର କରିଥିଲା। ଚେନ୍ନାଇ ୮.୫୦ କୋଟି ଯାଏ ଯାଇଥିଲା। ଶେଷରେ ଆରସିବି ୮.୭୫ କୋଟିରେ ତାଙ୍କୁ ନିଜ ସହ ସାମିଲ କରିଛି। ପଞ୍ଜାବ ମଧ୍ୟ ତାଙ୍କ ପାଇଁ ଆରଟିଏମ ବ୍ୟବହାର କରିନାହିଁ।ଅନ୍ୟପକ୍ଷରେ ଆରସିବିର ଷ୍ଟ୍ରାଇକ ବୋଲର ମହମ୍ମଦ ସିରାଜ ୨୦୨୫ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳିବେ। ତାଙ୍କୁ ଆଜି ୧୨.୨୫ କୋଟି ଟଙ୍କାର ଗୁଜରାଟ ନିଜ ସହ ସାମିଲ କରିଛି। ସିରାଜଙ୍କୁ ଅକ୍ସନରେ ନେବା ପାଇଁ ଚେନ୍ନାଇ ଚେଷ୍ଟା କରିଥିଲା। ହେଲେ ୮ କୋଟି ପରେ ଦଳ ଓହରି ଯାଇଥିଲା।