30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ

ନିଜ ବନ୍ଧୁକରୁ ଗୁଳି ଫୁଟି ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଅସାବଧାନତା କାରଣରୁ ନିଜ ବନ୍ଧୁକରୁ ଗୁଳି ଫୁଟି ତାଙ୍କର ମୃତ୍ୟୁ ହୋଇଛି। ସେ ଆମେରିକାରେ ରହି ପାଠ ପଢୁଥିଲେ।ଛାତ୍ରଙ୍କ ନାଁ ଆର‌୍ୟ୍ନ ରେଡ୍ଡୀ (୨୩)। ତାଙ୍କ ଘର ତେଲାଙ୍ଗାନାରେ। ନଭେମ୍ବର ୧୩ରେ ଏହି ଅଘଟଣ ଘଟିଥିଲା। ଆଜି ରାତିରେ ତାଙ୍କ ମୃଦଦେହ ଭାରତରେ ପହଞ୍ଚିବ। ରିପୋର୍ଟରୁ ଜଣାପଡିଛି ଯେ ଆର‌୍ୟ୍ୟନ ଆମେରିକାରେ ଏକ ଶିକାର ବନ୍ଧୁକ ଲାଇସେନ୍ସ ପାଇଥିଲେ। ଜନ୍ମଦିନରେ ବନ୍ଧୁକ ବ୍ୟବହାର କରୁଥିବା ସମୟରେ ହଠାତ୍ ଗୁଳିଫୁଟି ତାଙ୍କ ଶରୀରରେ ବାଜିଥିଲା। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ଆର‌୍ୟ୍ୟନଙ୍କ ବାପା ସୁଦର୍ଶନ ରେଡ୍ଡୀ ଗଣମାଧ୍ୟମ ସହ ବାର୍ତ୍ତାଳପ କରିବା ସମୟରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି।ବିଦେଶରେ ଛାତ୍ରଛାତ୍ରୀଙ୍କୁ ବି ଶିକାର ବନ୍ଧୁକ ଲାଇସେନ୍ସ ଦିଆଯାଏ ବୋଲି ଆମେ ଜାଣିନଥିଲୁ। କୌଣସି ଅଭିଭାବକ ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ଆର‌୍ୟ୍ୟନଙ୍କ ବାପା କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking