25.1 C
Bhubaneswar
Tuesday, February 3, 2026
Homeଓଡିଶାଜିଲ୍ଲାସ୍ତରୀୟ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ 

ଜିଲ୍ଲାସ୍ତରୀୟ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ 

ଯାଜପୁର: ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଯାଜପୁର ଙ୍କ କାର୍ଯ୍ୟାଳୟ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଛି। ଆଜି ସମବାୟ ସପ୍ତାହର ଶେଷ ତଥା ଉଦଯାପନ ଦିବସରେ ଜିଲ୍ଲାସ୍ତରୀୟ ମହୋତ୍ସବ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅରୁଣ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହେରା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ପରିଚାଳନା ପରିଷଦ ସଭ୍ୟ ଶ୍ରୀ ଶରତ ଚନ୍ଦ୍ର ସାହୁ, ଶ୍ରୀ କେଶବ ଚନ୍ଦ୍ର ସେଠୀ, ଶ୍ରୀ ଦୁଃଶାସନ ସାହୁ, ଶ୍ରୀ ବିଜୟ କୁମାର ଦଳାଇ ଯୋଗଦେବା ସହିତ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଓ ସଭାପତିମାନେ ଯୋଗଦେଇ ସମବାୟ କିପରି ସମସ୍ତଙ୍କର ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହଯୋଗ କରେ ସେ ବିଷୟରେ ବକ୍ତାମାନେ ମତାମତ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ “ସମବାୟ ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରେ” ଉପରେ ଏକ ବ୍ରେନ୍ ଷ୍ଟର୍ମିଂ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବହୁ ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ସମବାୟ ବିତ୍ ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥଲେ। ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀଯୁକ୍ତ ଅମୂଲ୍ୟ କୁମାର ସେଠୀଙ୍କ ପୌରହିତ୍ୟରେ ସଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସମବାୟ ସପ୍ତାହ ପାଳନ ଅବସରରେ ସ୍କୁଲ୍, କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାର ସାର୍ଟିଫିକେଟ ଓ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଉକ୍ତ ଉତ୍ସବରେ ସର୍ବଶ୍ରେଷ୍ଠ ସମବାୟ ସମିତି ଭାବରେ ଗୋପାଳପୁର ପ୍ରାଥମିକ କୃଷି ସମବାୟ ସମିତି ପୁରସ୍କୃତ ହୋଇଥିବାବେଳେ ପ୍ରଥମାଖଣ୍ଡି ପ୍ରାଥମିକ କୃଷି ସମବାୟ ସମିତି ୨ୟ ଓ ଦେଓବା ପ୍ରାଥମିକ କୃଷି ସମବାୟ ସମିତି ଜିଲ୍ଲା ସ୍ତରରେ ୩ୟ ଭାବେ ପୁରସ୍କୃତ ହୋଇଥିଲେ। ଉପ ସହକାରୀ ନିବନ୍ଧକ, ସମବାୟ ସମିତି ଶ୍ରୀ ଦେବେନ୍ଦ୍ର ନାୟକ, ଶ୍ରୀମତୀ ନିବେଦିତା ସାମଲ, ଶ୍ରୀ ମନମୋହନ ରାଉତ୍, ଶ୍ରୀ ରଜତ କୁମାର ପାଣି ଓ ସମବାୟ ନିରୀକ୍ଷକ ଶ୍ରୀ ଅଲେଖ ପ୍ରସାଦ ସାହୁ, ଶ୍ରୀ ରାଜୀବ ଲୋଚନ ପଣ୍ଡା, କୁମାରୀ ସୁବନିତା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଅପରାହ୍ନରେ ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀ ଅମୂଲ୍ୟ କୁମାର ସେଠୀ ସମବାୟ ପତାକା ଅବତରଣ କରି ସମବାୟ ପାଳନ ସପ୍ତାହ ଉତ୍ସବକୁ ଉଦଯାପିତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking