21.1 C
Bhubaneswar
Wednesday, February 11, 2026
Homeଅପରାଧମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ମାମଲା: କଣ୍ଡକ୍ଟରକୁ ୧୦ ବର୍ଷ ଜେଲ୍‌

ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ମାମଲା: କଣ୍ଡକ୍ଟରକୁ ୧୦ ବର୍ଷ ଜେଲ୍‌

ରାଉରକେଲା: ବସ୍‌ରେ ମହିଳାଯାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟର ବିଚାରପତି ପି. ସୁରିୟା ରାଓ ମାମଲାର ବିଚାରକରି ଅଭିଯୁକ୍ତକୁ ୧୦ ଜେଲ ସହ ଏକଲକ୍ଷ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲ୍‌ଦଣ୍ଡ ଶୁଣାଇଛନ୍ତି। ୮ ଜଣ ସାକ୍ଷୀ, ଜଣେ ସଫେଇ ସାକ୍ଷୀଙ୍କ ବୟାନ ଓ ୧୦ଟି ଦସ୍ତାବିଜକୁ ଅନୁଧ୍ୟାନ କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ୩୭୬ ଦଫାରେ ୧୦ ବର୍ଷ ଜେଲ୍‌ ଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ବିଚାରପତି ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଗତ ୨୦୧୭ ମାର୍ଚ୍ଚରେ ୨୧ରେ ପୀଡିତା ଏକ ବସ୍‌ରେ ପଟ୍ଟାମୁଣ୍ଡାଇରୁ ରାଉରକେଲା ଆସୁଥିଲେ। ରାତି ପ୍ରାୟ ୩ଟାରେ ଅଭିଯୁକ୍ତ କଣ୍ଡକ୍ଟର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ଏ ସଂକ୍ରାନ୍ତରେ ଥାନାରେ ଲିଖିତ ଏତଲା ଦେଇଥିଲେ। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଦାମ ଚନ୍ଦ୍ର ଦାଶ ମାମଲା ପରିଚାଳନା କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking