34.1 C
Bhubaneswar
Tuesday, March 24, 2026
Homeଅପରାଧରାଗିଂ ଯୋଗୁଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ରାଗିଂ ଯୋଗୁଁ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଗୁଜୁରାଟ: ଗୁଜୁରାଟର ଏକ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ସିନିୟର ଛାତ୍ରଙ୍କ ଦ୍ୱାରା ରାଗିଂର ଶିକାର ହେବା ପରେ ତାଙ୍କର ଦେହାନ୍ତ ଘଟି ଥିବା ନେଇ ସୂଚନା ରହିଛି। ଧର୍ପୁର ପାଟାନର ଜିଏମଆରଏସ ମେଡିକାଲ କଲେଜ ଏବଂ ହସପିଟାଲରେ ନାମ ଲେଖାଇଥିବା ଅନିଲ ମିଥାନିଆଙ୍କୁ ତିନି ଘଣ୍ଟା ଧରି ଠିଆ ହେବାକୁ ବାଧ୍ୟ କରିଥିଲେ । ତୃତୀୟ ବର୍ଷର ଛାତ୍ରମାନଙ୍କ ଦ୍ୱାରା ରାଗିଂ, ହୋଇଥିବା ନେଇ ସୂଚନା ରହି ଥିବା ବେଳେ ଅନେକ କ୍ୟାମ୍ପସରେ ସିନିୟର ଛାତ୍ର ମାନେ ଜୁନିଅର ଛାତ୍ରଙ୍କୁ ରାଗିଂ କରି ନବାଗତ ମାନଙ୍କୁ ହଇରାଣ କରନ୍ତି। ଦୀର୍ଘ ସମୟ ଧରି ଠିଆ ହେବା ପରେ ଅନିଲ ତଳେ ପଡ଼ିଯାଇ ଚେତା ହରାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା,ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣ ପଡିଛି । ପୋଲିସ ର ସୂଚନା ଅନୁଯାଇ ମୃତ ଛାତ୍ରଙ୍କୁ ତିନି ଘଣ୍ଟା ଠିଆ ହେବାକୁ କୁହାଯାଇଥିଲା। ଦୁଃଖର ବିଷୟ, କିଛି ସମୟ ପରେ ଅନିଲଙ୍କର ଦେହାନ୍ତ ହୋଇଥିଲା। ଛାତ୍ରଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା ଏବଂ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଥିଲା ବୋଲି ବାଲିସାନା ପୋଲିସ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking