24.1 C
Bhubaneswar
Monday, March 23, 2026
Homeଅପରାଧବାକି ଟଙ୍କା ମାଗିବାରୁ ଦୋକାନୀଙ୍କୁ ଆକ୍ରମଣ

ବାକି ଟଙ୍କା ମାଗିବାରୁ ଦୋକାନୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ଦେଖିବାକୁ ମିଳିଛି ଭୟାନକ ଘଟଣା। ବାକି ଟଙ୍କା ମାଗିବାରୁ ଦୋକାନୀକୁ ହାଣି ପକାଇଲେ ଦୁର୍ବୃତ୍ତ। ସୂଚନା ମୁତାବକ ଭୁବନେଶ୍ୱର ସ୍ଥିତ ପଳାଶୁଣୀ ପ୍ରାଚି ବିହାରରେ ଘଟିଛି ଏମିତି ଘଟଣା । ଆହତ ବ୍ୟକ୍ତି ସୁଶାନ୍ତ ବେହେରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ , ତାଙ୍କ ଘର ପ୍ରାଚି ବିହାରରେ। ସୁଶାନ୍ତଙ୍କ ଦୋକାନୀରୁ ଦୀର୍ଘ ଦିନ ଧରି ପିଣ୍ଟୁ ନାୟକ ୫ ହଜାର ଟଙ୍କାର ସାମଗ୍ରୀ ବାକିରେ ନେଇଥିଲେ। ହେଲେ ଟଙ୍କା ଦେଉନଥିଲେ। ଗତକାଲି ସଂଧ୍ୟାରେ ସୁଶାନ୍ତ ପିଣ୍ଟୁଙ୍କୁ ବାକି ଟଙ୍କା ମାଗିଥିଲେ। ହେଲେ ବାକି ଟଙ୍କା ମାଗିବାରୁ ଉତକ୍ଷିପ୍ତ ହୋଇ ପିଣ୍ଟୁ ଖଣ୍ଡାରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ସୂଚନା ଅନୁଯାଇ ସୁଶାନ୍ତ ଜୀବନ ବିକାଳେ ଦୌଡ଼ି ପଳାଯାଇଥିଲେ। ପୂରା ଘଟଣାର ଚିତ୍ର ସିସିଟିଭିରେ କଏଦ ହୋଇଥିବା ବେଳେ, ପୋଲିସ ସିସିଟିଭିକୁ ଆଧାର କରି ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking