17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହେମନ୍ତଙ୍କ ପିଏଙ୍କ ଠିକଣାରେ ଆଇଟି ରେଡ୍‌

ହେମନ୍ତଙ୍କ ପିଏଙ୍କ ଠିକଣାରେ ଆଇଟି ରେଡ୍‌

ରାଞ୍ôଚ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ସଚିବ (ପିଏ) ସୁନୀଲ ଶ୍ରୀବାସ୍ତବଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁନୀଲ ହେମନ୍ତଙ୍କର ଅତ୍ୟନ୍ତ ଘନିଷ୍ଠ। ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ଆୟକର ବିଭାଗର ୯ଟି ଟିମ୍ ସୁନୀଲଙ୍କ ରାଞ୍ଚି ଓ ଜାମସେଦପୁରର ବିଭିନ୍ନ ଠିକଣାରେ ଥିବା ସୁନୀଲଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି।

ତେବେ ଏହି ଟିମ୍ ରାଞ୍ôଚରେ ଥିବା ୭ଟି ଠିକଣା ଏବଂ ଜାମସେଦପୁରରେ ଥିବା ୯ଟି ଠିକଣାରେ ଚଢ଼ଉ କରିଛନ୍ତି। ତେବେ ନଭେମ୍ବର ୧୩ରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏପ୍ରକାର ଆଇଟି ରେଡ୍‌କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ହେମନ୍ତଙ୍କ ନେତୃତ୍ୱାଧୀନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌), କଂଗ୍ରେସ, ଆରଜେଡି ଏବଂ ବାମ ଦଳକୁ ନେଇ ମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଛି। ସେପଟେ ବିଜେପି ନେତୃତ୍ୱାଧୀନ ଏନଡିଏ ମଧ୍ୟ କ୍ଷମତାକୁ ଫେରିବାକୁ ଜୋରଦାର ଉଦ୍ୟମ ଚଳାଇଛି। ଏସବୁ ମଧ୍ୟରେ ଆୟକର ବିଭାଗ ଏପ୍ରକାର ଚଳଚଞ୍ଚଳ ହୋଇଉଠିବା ଏବଂ ହେମନ୍ତଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିଜ ରାଡାରକୁ ନେବାକୁ ନେଇ ଜେଏମ୍‌ଏମ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଜେଏମ୍‌ଏମ୍ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking