18.1 C
Bhubaneswar
Friday, December 27, 2024
Homeଦେଶ ବିଦେଶବିରୁଟ୍ ବିମାନବନ୍ଦରରେ ଇସ୍ରାଏଲ୍ ବୋମାମାଡ: ୨ ଦିନରେ ୧୦୦ ଜଣଙ୍କ ମୃତ୍ୟୁ

ବିରୁଟ୍ ବିମାନବନ୍ଦରରେ ଇସ୍ରାଏଲ୍ ବୋମାମାଡ: ୨ ଦିନରେ ୧୦୦ ଜଣଙ୍କ ମୃତ୍ୟୁ

ବିରୁଟ୍‌: ଲେବାନନ୍‌ର ରାଜଧାନୀ ବିରୁଟ୍‌ରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇସ୍ରାଏଲ୍ ପକ୍ଷରୁ ବୋମାମାଡ଼ କରାଯାଇଛି। ବିରୁଟ୍‌ର ଅନ୍ୟ କେତେକ ସ୍ଥାନ ସମେତ ବେକ୍କା ଘାଟିରେ ବି ଏୟାର ଷ୍ଟ୍ରାଇକ୍ ହୋଇଛି । ଏହି ହମଲାରେ ମୋଟ ୪୦ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ, ଆକ୍ରମଣ ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସେସ (ଆଇଡିଏଫ୍‌) ବିମାନବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳକୁ ଖାଲି କରିବା ପାଇଁ ଲୋକଙ୍କୁ କହିଥିଲା ।

ବିରୁଟ୍‌ରେ ଆକ୍ରମଣ ବେଳେ ଆଇଡିଏଫ୍ ହିଜ୍‌ବୁଲ୍ଲାର କମାଣ୍ଡ ସେଣ୍ଟର ଓ ଯୁଦ୍ଧାସ୍ତ୍ର ଡିପୋକୁ ଟାର୍ଗେଟ୍ କରିଥିଲା । ଏହା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଇସ୍ରାଏଲୀ ସେନା ଲେବାନନ୍‌ର ବାରଜା ସହରର ଏକ ଅଟ୍ଟାଳିକା ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଆକ୍ରମଣ ପୂର୍ବରୁ ଆଇଡିଏଫ୍ କୌଣସି ଚେତାବନୀ ଦେଇ ନ ଥିଲା । ଦୁଇଦିନ ଧରି ଚାଲିଥିବା ଆକ୍ରମଣରେ ମୋଟ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି । ଇତିମଧ୍ୟରେ ହିଜ୍‌ବୁଲ୍ଲା ଆତଙ୍କୀ ସଙ୍ଗଠନ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ବୋଲି କହିଛି । ସେପଟେ ଗାଜାରେ ବି ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛନ୍ତି । ସେମାନେ ସ୍ଥଳଭାଗରେ ବେଇତ ଲାହିୟା ପର୍ଯ୍ୟନ୍ତ ପହଞ୍ଚିଗଲେଣି । ଏ ପର୍ଯ୍ୟନ୍ତ ଆଇଡିଏଫ୍ ସେଠାରେ କେବଳ ବୋମାମାଡ଼ କରୁଥିଲା । ଇସ୍ରାଏଲର କହିବା କଥା ହେଉଛି ଏହି ଅଞ୍ଚଳରେ ପୁଣିଥରେ ହମାସର ଆତଙ୍କୀମାନେ ଏକତ୍ର ହେବା ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking