23.1 C
Bhubaneswar
Sunday, December 8, 2024
Homeଅପରାଧଏକତରଫା ପ୍ରେମରୁ ଅଙ୍ଗନୱାଡି ଦିଦଙ୍କୁ ହାଣିଲା ଜିଦିଆ ପ୍ରେମିକ

ଏକତରଫା ପ୍ରେମରୁ ଅଙ୍ଗନୱାଡି ଦିଦଙ୍କୁ ହାଣିଲା ଜିଦିଆ ପ୍ରେମିକ

ସୁନ୍ଦରଗଡ଼ : ଦେଢ଼ବର୍ଷ ହେଲା ବିବାହ କରିବାକୁ ଜିଦ୍ ଧରିଥିଲା । ରାସ୍ତାରେ ଅଟକାଇ ହଇରାଣ କରୁଥିଲା । ଘରକୁ ଆସି ଧମକାଉଥିଲା । ବିବାହ କରିବାକୁ ରାଜି ନ ହେବାରୁ ରାସ୍ତାରେ ଏକାକି ଦେଖି ଫାର୍ସାରେ ହାଣି ମାରିଦେଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମର ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀ ଅଢ଼ା (୨୩)ଙ୍କୁ ବୁଧବାର ମଧ୍ୟାହ୍ନରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଏକତରଫା ପ୍ରେମରୁ ଗ୍ରାମର ଶରତ କଉଡ଼ି (୨୪) ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଛି । ଅଭିଯୋଗ ଅନୁଯାୟୀ, ପୂର୍ଣ୍ଣା ଗ୍ରାମର ଧନୁର୍ଜୟ ଅଢ଼ା ଏବଂ ସଂଯୁକ୍ତା ଅଢ଼ାଙ୍କ ୩ ସନ୍ତାନଙ୍କ ମଧ୍ୟରେ ମଝିଆ ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି କର୍ମୀ ଥିଲେ ।

ବୁଧବାର ସ୍କୁଲ ଛୁଟି ପରେ ପ୍ରାୟ ସାଢ଼େ ୧୨ଟାରେ ଘରକୁ ଫେରୁଥିବାବେଳେ ଗାଁ ବସ୍ତି ରାସ୍ତାରେ ତାଙ୍କୁ କେହି ଫାର୍ସାରେ ହାଣି ହତ୍ୟା କରିଥିଲା । ରାସ୍ତାରେ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ନେଇ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକାଙ୍କଠାରୁ ପରିବାର ଲୋକେ ସୂଚନା ପାଇ ହତ୍ୟାକାଣ୍ଡ ସ୍ଥଳକୁ ଯାଇଥିଲେ । ସୂଚନା ପାଇ ପୁଲିସ୍ ପହଞ୍ଚି ତନାଘନା କରିଥିଲା । ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୩୦ ମିଟର ଦୂରରୁ ରକ୍ତଭିଜା ଫାର୍ସାକୁ ଜବତ କରାଯାଇଛି । ମୃତଦେହ ହେମଗିର ସ୍ୱାସ୍ଥ୍ୟକେନ୍ଦ୍ର ମର୍ଗହାଉସ୍‌ରେ ରଖାଯାଇଛି । ଗୁରୁବାର ବ୍ୟବଚ୍ଛେଦ କରାଯିବ । ମୃତ ଅଙ୍ଗନବାଡ଼ି କର୍ମୀଙ୍କ ମା’ ସଂଯୁକ୍ତାଙ୍କ କହିବା କଥା, ଗ୍ରାମର ଶରତ ଝିଅ ଦିବ୍ୟାଭାରତୀକୁ ବିବାହ କରିବାକୁ ଜିଦ୍ କରୁଥିଲା । ବିବାହ ନ କଲେ ମାରିଦେବ ବୋଲି ଧମକ ଦେଇଥିଲା । ସେ ହିଁ ଝିଅକୁ ହତ୍ୟା କରିଛି ବୋଲି ସଂଯୁକ୍ତା ଅଭିଯୋଗରେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking