ବ୍ୟୁରୋ : ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୪ ବର୍ଷର ମହିଳା ବିରୋଧୀ ଅପରାଧ ବଢିଛି କିନ୍ତୁ ଦଣ୍ଡବିଧାନ କମ ହୋଇଛି । ଏନସିଆରବି ରିପୋର୍ଟ ଆଧାରରେ ଦଣ୍ଡ ବିଧାନ ହାର ୯.୩ ପ୍ରତିଶତ ଯାହା ଲଜ୍ଜାଜନକ ଅଟେ । ୨୪ ବର୍ଷ ଧରି ଶାସନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ସେ ଏକଥା ଜାଣି ପାରୁ ନଥିଲେ କିନ୍ତୁ ମହିଳା ସଶକ୍ତିକରଣ କଥା କହୁଥିଲେ । ଖାମ ଖିଆଲି ତଦନ୍ତ ଓ ଚାପ ପଡିଲେ ମାମଲା ନହେବା ବଡ କାରଣ ଅଟେ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଦଣ୍ଡ ବିଧାନ ଏତେ କମ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି କହିଛନ୍ତି , ମହିଳା ବିରୋଧୀ ମାମଲା ପାଇଁ ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା ହେବ ।