25.1 C
Bhubaneswar
Friday, March 6, 2026
Homeଅପରାଧତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ତ୍ରୀ ଓ ତିନିଜଣ ସନ୍ତାନକୁ ହତ୍ୟା କଲା ସ୍ୱାମୀ

ତାନ୍ତ୍ରିକଙ୍କ କଥାରେ ପଡ଼ି ସ୍ତ୍ରୀ ଓ ତିନିଜଣ ସନ୍ତାନକୁ ହତ୍ୟା କଲା ସ୍ୱାମୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରାଣାସୀର ଭଦେନି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ତିନିଜଣ ସନ୍ତାନଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଫେରାର ସ୍ୱାମୀଙ୍କ ନାମ ରାଜେନ୍ଦ୍ର ଗୁପ୍ତା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ରାଜେନ୍ଦ୍ର ଗୁପ୍ତାଙ୍କ ସ୍ତ୍ରୀ ନିତୁ, ଝିଅ ଗେରାଙ୍ଗୀ ଓ ପୁଅ ନବନେନ୍ଦ୍ର ଓ ସୁବେନ୍ଦ୍ର। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ଦିନ ଅନେକ ସମୟ ଧରି ରାଜେନ୍ଦ୍ର ଗୁପ୍ତାଙ୍କ ଘରର କାବଟ ଖୋଲା ଯାଇ ନଥିଲା।

ଏହା ଦେଖିବା ପରେ ପଡ଼ିଶାଘରଲୋକ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରାଜେନ୍ଦ୍ରଙ୍କ ଘରେ ନିତୁ ତାଙ୍କର ତିନିଜଣ ସନ୍ତାନଙ୍କ ସହ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲା। ଏହି ସମୟରେ ରାଜେନ୍ଦ୍ର ଘରୁ ଫେରାର ହୋଇ ଯାଇଥିଲେ। ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି, ରାଜେନ୍ଦ୍ର ଜଣେ ତାନ୍ତ୍ରିକଙ୍କ ସମ୍ପର୍କରେ ଥିଲେ। ତାନ୍ତ୍ରିକ ଜଣକ ରାଜେନ୍ଦ୍ରଙ୍କୁ କହିଥିଲେ, ‘କେବେ ଠାରୁ ତାଙ୍କର ଉନ୍ନତି ହୋଇସାରନ୍ତାଣି। କିନ୍ତୁ ଏଥିପାଇଁ ତାଙ୍କ ସ୍ତ୍ରୀ ଓ ତିନିଜଣ ସନ୍ତାନ ବାଧକ ସାଜୁଛନ୍ତି।

ତାନ୍ତ୍ରିକଙ୍କ କଥାରେ ବିଶ୍ୱାସ କରି ରାଜେନ୍ଦ୍ର ତାଙ୍କ ସ୍ତ୍ରୀ ଓ ତିନିଜଣ ପିଲାଙ୍କୁ ହତ୍ୟା କରିଥିଲେ। ଏହି ହତ୍ୟା ଘଟଣାରେ ପୁଲିସ ଫେରାର ଥିବା ରାଜେନ୍ଦ୍ରଙ୍କ ସମେତ ତାନ୍ତ୍ରିକଙ୍କୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ରାଜେନ୍ଦ୍ରଙ୍କୁ ଅନ୍ୟ ଏକ ହତ୍ୟା ମାମଲାରେ ପୂର୍ବରୁ ଜେଲ ହୋଇସାରିଛି। ସେ ଜାମିନରେ ବାହାରକୁ ଆସିଥିଲେ। ରାଜେନ୍ଦ୍ରଙ୍କ କୋଠାରେ ପାଖାପାଖି ୨୦ଜଣ ଭଡ଼ାଟିଆ ବସବାସ କରନ୍ତି। ସେ ଦେଶୀ ମନ୍ଦର ବ୍ୟବସାୟ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking