23.1 C
Bhubaneswar
Thursday, March 5, 2026
Homeଓଡିଶାନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା

ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା

ଭୁବନେଶ୍ୱର : ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୨୩୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ୮୦୦ ଟଙ୍କା ମିଶାଇ ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ ଚାଷୀ। ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ପ୍ରକ୍ରିୟା ଶେଷ ହେବାଯାଏଁ ମଣ୍ଡିରେ ରହିବେ ବିଭାଗୀୟ ଅଧିକାରୀ। ୪ରୁ ୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ। ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ୱାଲିଟି ଟେଷ୍ଟିଂ ମେସିନ ରହିବ। ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥାର ତଦାରଖ କରିବ ପରିବହନ ବିଭାଗ। ସେହିଭଳି ପଡ଼ୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାକୁ ପ୍ରବେଶ ନକରେ, ସେଥିପାଇଁ ପାଟ୍ରୋଲିଂ ଟିମ ମୁତୟନ କରାଯିବ। ଚାଷୀଙ୍କ ସୁରକ୍ଷା ସହ କଟଣିଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking