29.9 C
Bhubaneswar
Tuesday, July 14, 2026
Homeଓଡିଶାଛିଡା ହେଇଥିଲା ବସ ହଠାତ ଇଂଜିନରେ ଲାଗିଲା ନିଆଁ

ଛିଡା ହେଇଥିଲା ବସ ହଠାତ ଇଂଜିନରେ ଲାଗିଲା ନିଆଁ

ବାଲେଶ୍ୱର: ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ବସ୍‌ରେ ଅଚାନକ ଇଞ୍ଜିନରେ ଲାଗିଲା ନିଆଁ । ଏପରି ‌ଅଘଟଣ ଆଜି ସକାଳେ ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ଘଟିଛି। ତେବେ ଉକ୍ତ ସମୟରେ ବସ୍‌ଟି ଖାଲି ଥିବାରୁ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ବାତ୍ୟା ‘ଦାନା’ ପାଇଁ ବସ୍‌ଟି ଗତ ଦୁଇ ଦିନ ହେବ ଚଳାଚଳ ନ କରି ଷ୍ଟାଣ୍ଡରେ ଛିଡା ହୋଇ ରହିଥିଲା। ଆଜି ଭୋରରୁ ହଠାତ୍ ତାହାର ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ଏନେଇ ବସ୍ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଯୋଗାଯୋଗ କରିଥିଲେ। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ସହ ସଟ ସର୍କିଟରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking