19.1 C
Bhubaneswar
Thursday, February 12, 2026
Homeଓଡିଶାସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ:ସୁରେଶ ପୂଜାରୀ

ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ:ସୁରେଶ ପୂଜାରୀ

ଭୁବନେଶ୍ୱର: ବାତ୍ୟାପରେ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ଏହା ମୋ ପାଇଁ ନିଆରା ଅନୁଭୂତି। ସମସ୍ତଙ୍କ ସହ ବୈଠକ କରିଛି। ଚେହେରା ଚାପ ମୁକ୍ତ ହୋଇଛି। ଓଡ଼ିଶାବାସୀଙ୍କ ବିଜୟ ହେଲା। ବିରୋଧୀ ଦଳ ଭାବରେ ଓଡ଼ିଶା ପୁଲିସର ଚେହେରା ଦେଖିଥିଲି ଏବେ ପୁଲିସ ପ୍ରତି ସମ୍ବେଦନଶୀଳ ଆସିଲା । ଗୋଟେ ମଣିଷ ପ୍ରେମୀ ଚେହେରା ଦେଖିଲି। ରାସ୍ତା ସଫା ସରିଲାଣି। ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଲାଣି। ଟେଲିକମ ର କୌଣସି ଅଭିଯୋଗ ଆସିନାହିଁ। କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗ୍ୟ ବିଦ୍ୟୁତ ବ୍ୟାଘାତସେବା ହେଇଛି ।

ସୂର୍ଯ୍ୟାସ୍ତ ପୂର୍ବରୁ ବିଦ୍ୟୁତ ସଂଯୋଗ ହେବ। ୧୬ ସହ ମାଆ ମାନେ ପ୍ରସବ କରିଛନ୍ତି। ୧୩ ଜଣ ଯାଆଁଳା ଶିଶୁ ଜନ୍ମ ହୋଇଛନ୍ତି। ଏବେ ମଧ୍ୟ ଖାଲୁଆ ଜାଗାରେ ପାଣି କାଟିନି ଯେଉଁମାନେ ରିଲିଫ ସେଣ୍ଟରରେ ରହିବା ପାଇଁ ଚାହିଁବେ ରହିପାରିବେ ରନ୍ଧା ଖାଦ୍ୟ ଦିଆଯିବ। ଯେଉଁମାନେ ଘରକୁ ଯିବେ ରିଲିଫ ସେଣ୍ଟରରେ ଜଣାଇ ଯାଇପାରିବେ। ଏହାଛଡ଼ା ସେ କହିଛନ୍ତି ଯେ ଆସନ୍ତାକାଲି ଫିଲ୍ଡ ଷ୍ଟାଫ କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତିର ଆକଳନ ୭ ଦିନରେ ହେବ । ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ଏରିୟଲଭାବେ ପ୍ରାଥମିକ ଆକଳନ କରାଯିବ । ବାତ୍ୟା ଯୋଗୁ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷଭାବେ ପ୍ରଭାବିତ ବୋଲି ସୁରେଶ ପୂଜାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking