29.1 C
Bhubaneswar
Monday, February 9, 2026
Homeଖେଳବିପଦରେ ହାର୍ଦ୍ଦିକଙ୍କ ନେତୃତ୍ୱ; ସୂର୍ଯ୍ୟକୁମାର ହୋଇପାରନ୍ତି ଏମ୍‌ଆଇ କ୍ୟାପ୍‌ଟେନ୍‌

ବିପଦରେ ହାର୍ଦ୍ଦିକଙ୍କ ନେତୃତ୍ୱ; ସୂର୍ଯ୍ୟକୁମାର ହୋଇପାରନ୍ତି ଏମ୍‌ଆଇ କ୍ୟାପ୍‌ଟେନ୍‌

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୁମ୍ବାଇ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍‌ଟେନ୍ ନିଯୁକ୍ତ କରିଥିଲା। ତେବେ ଟିମ୍‌ର ଏକ ନିଷ୍ପତ୍ତି ସଫଳ ହୋଇନଥିଲା ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଗତ ସିଜନ୍‌ରେ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିବାରେ ମଧ୍ୟ ବିଫଳ ହୋଇଥିଲା। ଏବେ ୨୦୨୫ ସିଜନ୍ ପୂର୍ବରୁ ଏକ ବଡ଼ ସୂଚନା ମିଳିଛି। ମିଡିଆ ରିପୋର୍ଟ ଅନୁସାରେ ଆଇପିଏଲ୍ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ନେତୃତ୍ୱ ଛଡ଼ାଇ ନେଇପାରେ। ଏହା ସହିତ ପାଣ୍ଡ୍ୟାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ନୂଆ କ୍ୟାପ୍‌ଟେନ୍ ନିଯୁକ୍ତ କରିପାରେ। ସେହିପରି ଆଇପିଏଲ୍ ଇତିହାସରେ ସବୁଠୁ ସଫଳ କ୍ୟାପ୍‌ଟେନ୍ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ହାତ ଛାଡ଼ିପାରନ୍ତି। ମିଡିଆ ରିପୋର୍ଟ ଅନୁସାରେ ରୋହିତ ମେଗା ଅକ୍ସନ୍‌ରେ ସାମିଲ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking