28.1 C
Bhubaneswar
Monday, November 9, 2026
Homeଓଡିଶାମଧ୍ଯ ରାତ୍ରିରେ ରାସ୍ତାକଡ଼ରେ ଜଳିଗଲା ୧୬ ଚକିଆ ଟ୍ରକ୍

ମଧ୍ଯ ରାତ୍ରିରେ ରାସ୍ତାକଡ଼ରେ ଜଳିଗଲା ୧୬ ଚକିଆ ଟ୍ରକ୍

ଯୋଡ଼ା: କେଉଁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା ନିକଟରେ ଗତ ମଧ୍ଯ ରାତ୍ରିରେ ଏକ ୧୬ ଚକିଆ ଟ୍ରକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଲେଇପଦା-ସିଆଳିଯୋଡ଼ା ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଅବସ୍ଥାରେ ଟ୍ରକଟିରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁଦେଖୁ ନିଆଁର ପ୍ରକୋପ ବୃଦ୍ଧି ପାଇ ଟ୍ରକଟି ହୁତୁହୁତୁ ହୋଇ ଜଳିଯାଇଥିଲା।  ଡ୍ରାଇଭରଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ ଟ୍ରକର ଆଗଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେବେ ଅଗ୍ନିକାଣ୍ଡ ସମୟରେ ଟ୍ରକ୍ ଡ୍ରାଇଭର ଗାଡ଼ିରେ ନଥିଲେ, ତେଣୁ ଏକ ବଡ଼ ବିପଦ ଟଳିଯାଇଥିବା କୁହାଯାଉଛି । ହେଲେ ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ଘଟିଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛିl

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking