24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜେଲରୁ ବାହାରିବା ପରେ ମନ୍ଦିର ଯାଇ ଦର୍ଶନ କଲେ ଆପ ନେତା ସତ୍ୟେନ୍ଦ୍ର

ଜେଲରୁ ବାହାରିବା ପରେ ମନ୍ଦିର ଯାଇ ଦର୍ଶନ କଲେ ଆପ ନେତା ସତ୍ୟେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍ ଜେଲରୁ ବାହାରିବା ପରେ ଆଜି ଜୈନ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ସରସ୍ଵତୀ ବିହାରରେ ଥିବା ମନ୍ଦିରକୁ ସେ ନିଜ ପତ୍ନୀଙ୍କ ସହିତ ଯାଇ ପୂଜାର୍ଚ୍ଚନା କରିଛନ୍ତି । ମନି ଲଣ୍ଡ୍ରିଂ ମାମଲାରେ ୨୦୨୨ ମେ’ ମାସରେ ତାଙ୍କୁ ଗିରଫ କରିଥିଲା ଇଡି । ୧୮ ମାସ ଜେଲରେ ରହିବା ପରେ ତାଙ୍କୁ ଗତକାଲି ଜାମିନ ମିଳିଥିଲା ଓ ସେ ଜେଲରୁ ବାହାରିଛନ୍ତି । ଆପ୍ ତରଫରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଜାମିନ ପ୍ରଦାନ ବେଳେ କୋର୍ଟ କହିଥିଲେ, ଏତେ ଦିନ ପରେ ମଧ୍ୟ ମାମଲାର ଫଇସଲା ଆସିବା ତ ଦୂରର କଥା ଶୁଣାଣି ବି ଆରମ୍ଭ ହୋଇନାହିଁ । ଗିରଫ ହେବା ପୂର୍ବରୁ ସତ୍ୟେନ୍ଦ୍ର ଦିଲ୍ଲୀର ସ୍ଵାସ୍ଥ୍ୟମନ୍ତ୍ରୀ ଥିଲେ । ମନ୍ତ୍ରୀ ଥିବା ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା । ଆଜି ସତ୍ୟେନ୍ଦ୍ର କହିଛନ୍ତି, ଯଦି ଦେଶରେ ଗଣତନ୍ତ୍ର ନଥାନ୍ତା, ତେବେ ବିଜେପି ସରକାର ମତେ ବୋଧହୁଏ ଫାଶୀ ଦେଇଥାନ୍ତା । ଆପ୍ ଯେଉଁ ପରିବର୍ତ୍ତନ ଆଣିଛି, ତାକୁ ବନ୍ଦ କରିବାକୁ ସେମାନେ ଆମର ନେତାଙ୍କୁ ଜେଲରେ ଭର୍ତ୍ତି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking