18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଜମ୍ମୁ କାଶ୍ମୀର: ଶପଥ ନେଲେ ଓମାର ଅବଦୁଲ୍ଲା ସରକାର

ଜମ୍ମୁ କାଶ୍ମୀର: ଶପଥ ନେଲେ ଓମାର ଅବଦୁଲ୍ଲା ସରକାର

ଜମ୍ମୁ କାଶ୍ମୀର : ଓମାର ଅବଦୁଲ୍ଲା ବୁଧବାର ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ କରିବା ପୂର୍ବରୁ ଓମାର ଅବଦୁଲ୍ଲା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓମାରଙ୍କ ସହ ନେସନାଲ କନ୍‌ଫରେନ୍ସ ନେତା ସୁରିନ୍ଦର ଚୌଧୁରୀ ଜମ୍ମୁ କାଶ୍ମୀରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି। ଏହା ବ୍ୟତୀତ ସତୀଶ ଶର୍ମା, ସକୀନା ଇଟୁ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଦଳ ସରକାରରେ ସାମିଲ ହୋଇନାହିଁ। ବାହାରୁ ଓମାର ସରକାରଙ୍କୁ ସମର୍ଥନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking