32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଏମିବିଏସ୍‌ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ଏମିବିଏସ୍‌ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ : ଏମିବିଏସ୍‌ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯଦି କୌଣସି ଛାତ୍ର/ଛାତ୍ରୀ ୪୦%ରୁ ଅଧିକ ଦିବ୍ୟାଙ୍ଗତା ଯୋଗୁ ଭାଷା କହିବା ଏବଂ ବୁଝିବାରେ ଅସମର୍ଥ ଥାନ୍ତି, ତଥାପି ସେ ଡାକ୍ତର ହୋଇପାରିବେ ବୋଲି ମଙ୍ଗଳବାର କୋର୍ଟ ନିଷ୍ପତ୍ତିରେ କହିଛନ୍ତି । ମାତ୍ର ୪୦% ଅକ୍ଷମତା ଥିବାରୁ କେହି ଏମ୍ବିବିଏସ୍ରେ ଆଡମିଶନ(ଦାଖଲ) କରିବାକୁ ଅଯୋଗ୍ୟ ନୁହନ୍ତି ବୋଲି କୋର୍ଟ କହିଛନ୍ତି । ଛାତ୍ର ଓମକାରଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ୧୯୯୭ର ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେଶନ୍ ରେଗୁଲେଶନକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ୪୦% କିମ୍ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଏମ୍ବିବିଏସ୍ ପଢ଼ିବାକୁ ବାରଣ କରିଥିଲା ।

କୋର୍ଟ କହିଛନ୍ତି ଯେ ବିଶେଷଜ୍ଞଙ୍କ ରିପୋର୍ଟରେ ପ୍ରାର୍ଥୀ ଏମ୍ବିବିଏସ୍ ପଢ଼ିବାରେ ଅସମର୍ଥ ବୋଲି କୁହା ନ ଯିବା ଯାଏ ଜଣେ ଏହି ପାଠ ପଢ଼ିପାରିବ । ଯଦି ଭିନ୍ନକ୍ଷମ ମୂଲ୍ୟାଙ୍କନ ବୋର୍ଡ ତାଙ୍କର ଅକ୍ଷମତା ହେତୁ ଅଧ୍ୟୟନ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ବୋଲି କୁହେ, ତେବେ କେବଳ ତାଙ୍କୁ ଆଡମିଶନ କରାଇବାରୁ ମନା କରାଯାଇପାରିବ । ତେବେ ନ୍ୟାଶନାଲ ମେଡିକାଲ କାଉନ୍ସିଲର ପ୍ରଚଳିତ ନିୟମ ଅନୁଯାୟୀ,୪୦% ଅଧିକ ଅକ୍ଷମତା ଥିବା କୌଣସି ପ୍ରାର୍ଥୀ ଏମ୍ବିବିଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇପାରିବେ ନାହିଁ । ଏହାକୁ ନେଇ କୋର୍ଟ କହିଛନ୍ତି ଯେ ଭିନ୍ନକ୍ଷମ ଥିବା ପ୍ରାର୍ଥୀଙ୍କ ପାଠ ପଢ଼ିବାର କ୍ଷମତା ଅକ୍ଷମତା ମୂଲ୍ୟାଙ୍କନ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking