33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶବହରାଇଚ ହିଂସା : ‘ଆମ ପୁଅ ତ ଗଲା, ଦୋଷୀକୁ ଏନକାଉଣ୍ଟର କରାଯାଉ’

ବହରାଇଚ ହିଂସା : ‘ଆମ ପୁଅ ତ ଗଲା, ଦୋଷୀକୁ ଏନକାଉଣ୍ଟର କରାଯାଉ’

ଉତ୍ତରପ୍ରଦେଶ : ବହରାଇଚ ଜିଲ୍ଲାରେ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଯୁବକଙ୍କ ମୃତ୍ୟୁ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଉପୁଜିଥିବା ହିଂସାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବା ସହିତ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ରହିଛି । ସମସ୍ତ ଦୋକାନ, ବାଣିଜ୍ୟକ ପ୍ରତିଷ୍ଠାନ ବନ୍ଦ ରହିଛି । ମୃତ ଯୁବକଙ୍କ ପରିବାର ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛି ।

ତେବେ ଘଟଣାକୁ ନେଇ ପରିବାର ଲୋକ ପୋଲିସ ପ୍ରଶାସନକୁ ଦାୟୀ କରିଛି । ସେମାନେ କହିବା ମୁତାବକ, ଯଦି ପୋଲିସ ସେମାନଙ୍କୁ ମୃତ ଯୁବକଙ୍କ ହସପିଟାଲ ନେବାକୁ ସାହାଯ୍ୟ କରିଥାନ୍ତା, ତେବେ ଯୁବକ ଜୀବନ ବଞ୍ଚିଯାଇପାରିଥାନ୍ତା । ଯୁବକଙ୍କୁୁ ମାରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିବା ଦାବି କରିଛନ୍ତି ପରିବାର ଲୋକ । ଦୋଷୀକୁ ଦଣ୍ଡ ମିଳିବା ସହିତ ଘରଦ୍ୱାରା ନଷ୍ଟ କରିବାକୁ ଦାବି କରିଛନ୍ତି ମୃତ ଯୁବକଙ୍କ ପରିବାର ଲୋକେ । ଆମ ପୁଅ ମରିଛି ଯଦି ହତ୍ୟାକାରୀ ମଧ୍ୟ ମରୁ । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଦାୟିତ୍ୱହୀନ ଅଧିକାରୀମାନେ ଭୟଭୀତ ରହିଛନ୍ତି । ଘଟଣାରେ ସଂପୃକ୍ତ ଥିବା ଅଫିସର ଉପରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଘଟଣା ସ୍ଥଳରେ ୧୨ କମ୍ପାନୀ ପିଏସି ଏବଂ ଆରପିଏଫ ଟିମ୍ ସହିତ ୧୨ରୁ ପୋଲିସ କର୍ମୀ ନିୟୋଜିତ ରହିଛନ୍ତି ।

ସୂଚନାଯୋଗ୍ୟ, ଦଶହରା ସରିବା ପରେ ମୂର୍ତ୍ତି ବିର୍ସଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା । ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ । ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିଛି ଲୋକ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ କରିବାରୁ ଅପରପକ୍ଷ ଲୋକେ ଆକ୍ରମଣ କରି ଗୁଳିମାଡ଼ ମଧ୍ୟ କରାଯାଇଥିଲେ । ଏଥିରେ ଜଣେ ୨୨ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଥିଲା । ଘର, ଦୋକାନ ଏବଂ ଗାଡିରେ ନିଆଁ ଲଗାଇଥିଲେ ଉତ୍ତ୍ୟକ୍ତ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ୩୦ ଜଣଙ୍କୁ ଅଟକ ରଖିଥିଲା । ସିସିଟିଭି ଏବଂ ଭିଡିଓ ଫୁଟେଜକୁ ଆଧାର କରି ସଲମାନ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking