30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବନ୍ଧାହେଲା ମହାଦେବ ବେଟିଂ ଆପ୍ ମାଷ୍ଟରମାଇଣ୍ଡ

ବନ୍ଧାହେଲା ମହାଦେବ ବେଟିଂ ଆପ୍ ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ : ଖବ୍‌ଶୀଘ୍ର ଭାରତ ଫେରିବେ ମହାଦେବ ବେଟିଂ ଆପ୍‌ ମାଲିକ ସୌରଭ ଚନ୍ଦ୍ରାକର । ଦୁବାଇରେ ଗତ ୨ ବର୍ଷ ହେବ ଅଟକ ଥିବା ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରିଛି ଇଣ୍ଟରପୋଲ । ଇଣ୍ଟରପୋଲର ରେଡ୍‌ କର୍ଣ୍ଣର ନୋଟିସ ପରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ୨୦୨୩ ମସିହାରୁ ଅଟକ ରଖାଯାଇଥିଲା। ମାତ୍ର ଏବେ ତାଙ୍କୁ ଗିରଫ କରାଯାଇଛି । ଏହାପରେ ତାଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ସପ୍ତାହେ ଭିତରେ ଇଡି ସୌରଭଙ୍କୁ ଭାରତ ଆଣିପାରେ ବୋଲି କୁହାଯାଉଛି । ସୌରଭ ଚନ୍ଦ୍ରାକରଙ୍କୁ ଦୁବାଇରେ ଅଟକ ରଖିଥିବା ନେଇ ଇଣ୍ଟରପୋଲ ପକ୍ଷରୁ ସିବିଆଇକୁ ସୂଚିତ କରାଯାଇଛି । ଇଡିର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିବା ଜଣାଯାଇଛି । ବିଦେଶ ମନ୍ତ୍ରାଳୟ ଓ ଗୃୟ ମନ୍ତ୍ରାଳୟ ସହ ମିଶି ଇଡି ଏହି ଅପରେସନ ଚଳାଇଥିଲେ ।

ଗତକାଲି ୟୁଏଇ ଅଧିକାରୀ ଭାରତର ବିଦେଶ ମନ୍ତ୍ରାଳୟକୁ ଫୋନ୍‌ କରି ଦୁବାଇରେ ସୌରଭ ଚନ୍ଦ୍ରକାରଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ଭାରତ ଅଣାଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରହିଛି । ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୨୦୨୩ ମସିହାରେ ମହାଦେବ ବୁକ୍ ବେଟିଂ ଆପ୍‌କୁ ବ୍ୟାନ୍‌ କରି ଦିଆଯାଇଥିଲା । ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି ୨୨ଟି ଆପକୁ ମଧ୍ୟ ବ୍ୟାନ୍ କରାଯାଇଥିଲା । ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଇଡି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking