20.1 C
Bhubaneswar
Thursday, February 12, 2026
Homeଓଡିଶାଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ସମାରୋହ - ୨୦୨୪

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ସମାରୋହ – ୨୦୨୪

ଯାଜପୁର : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ, ଯାଜପୁରଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ସମାରୋହ – ୨୦୨୪ ପାଳିତ ହୋଇଯାଇଅଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା କହିଲେ କନ୍ୟା ସନ୍ତାନ ହେଉଛନ୍ତି ଅମୂଲ୍ୟ ରତ୍ନ। ଶିଶୁ କନ୍ୟାମାନଙ୍କର ମାନସିକ ଓ ଶାରିରୀକ ଅଭିବୃଦ୍ଧି ନିତ୍ୟାନ୍ତ ଆବଶ୍ୟକ। ସମାଜରେ ନାରୀଙ୍କର ପ୍ରଗତି ପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ, ବିଭିନ୍ନ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବାଲ୍ୟବିବାହ ରୋକିବା ପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଶିବାଶିଷ ମହାରଣା ଯୋଗଦେଇ କହିଲେ ଶିଶୁଟି ଜନ୍ମ ନେବା ପରେ ତାର ପରିପାଳନ, ଅଭିବୃଦ୍ଧି, ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। କନ୍ୟା ସନ୍ତାନର କିଶୋରୀ ଜୀବନରେ ସୁରକ୍ଷା, ପଥ ଦର୍ଶନର ଆବଶ୍ୟକତା ରହିଛି। ଯାଜପୁର ଜିଲ୍ଲାରେ ବିଗତ ବର୍ଷରେ କନ୍ୟା ସନ୍ତାନ ଅନୁପାତ ବୃଦ୍ଧି ପାଇଛି। ପୁରୁଷ ଓ ମହିଳାଙ୍କ ଅନୁପାତ ଠିକ୍ ରହିଲେ ସାମାଜିକ ସନ୍ତୁଳନ ରକ୍ଷା ହୁଏ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ସ୍ବାଇଁ ଯୋଗଦେଇ କହିଲେ ବର୍ତ୍ତମାନ ବି କନ୍ୟା ସନ୍ତାନ ଅସମାନତା ଓ ପକ୍ଷପାତିତାର ଶିକାର ହେଉଛନ୍ତି। ମହିଳା ମାନଙ୍କୁ ସମ୍ମାନ ଦେବା, ସୁରକ୍ଷା ଦେବା ଓ ସଶକ୍ତ କରିବା ଆବଶ୍ୟକ। ପ୍ରତ୍ୟେକ ବିଦ୍ୟାଳୟରେ କିଶୋରି କାଉନସେଲିଂ ସେଲ କରାଯାଇଛି। ଗତ ମାଟ୍ରିକ ପରୀକ୍ଷାରେ ୬୧ ଜଣ A1ରେ ପାସ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣ ପୁଅ ଓ ୪୧ ଜଣ ଝିଅ ଅଛନ୍ତି। କନ୍ୟା ସନ୍ତାନ ହେଉଛନ୍ତି ସ୍ନେହ ଓ ନ୍ୟାୟର ପ୍ରତୀକ। ଶିଶୁ ମଙ୍ଗଳ ସମିତିର ସଦସ୍ୟ ଶ୍ରୀ ଜୟନ୍ତ କୁମାର ଗୋସ୍ୱାମୀ କହିଲେ କନ୍ୟା ସନ୍ତାନଙ୍କ ପ୍ରତି ଶିଶୁ ମଙ୍ଗଳ ସମିତିର ଯଥେଷ୍ଟ ସମ୍ମାନ ଓ ସହାନୁଭୂତି ରହିଛି। ମହାମହିମ ରାଷ୍ଟ୍ରପତି ଜଣେ ମହିଳା ଓ ଆମ ଜିଲ୍ଲାର ଜିଲ୍ଲାପାଳ ଜଣେ ମହିୟସୀ ମହିଳା। ଆମ ଜିଲ୍ଲାର କନ୍ୟାମାନଙ୍କୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଏ। ସହକାରୀ ଶ୍ରମ ଅଧିକାରିଣୀ କହିଲେ ପାଠ ପଢା କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ କହିଲେ ନାରୀଙ୍କୁ ସମ୍ମାନ ଭାରତୀୟ ପରମ୍ପରାର ବୈଶିଷ୍ଟ୍ୟ। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ରେକ୍ସୋନା ଜେନା ଯୋଗଦେଇ କହିଲେ ବ୍ଲକ ଓ ପଞ୍ଚାୟତସ୍ତରରେ ସଚେତନତା କରାଗଲେ ବାଲ୍ୟବିବାହ ବନ୍ଦ ହୋଇପାରିବ। ଏହି ଦିବସରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଏଚ.ଏସ.ସି ଟପ୍ପର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର, ପ୍ରିୟଙ୍କା ପ୍ରିୟଦର୍ଶିନୀ ଲେଙ୍କା, ଖଡିଅଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ସସ୍ମିତା ମହାନ୍ତି, ଯାଜପୁର ଜିଲ୍ଲା ସ୍କୁଲର କିରଣ ଜ୍ୟୋତି ନାୟକଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ବିଚିତ୍ରପୁର ର ଅଙ୍ଗନୱାଡ଼ି କର୍ମୀ ରଂଜୁଲତା ନାୟକଙ୍କୁ ମହେଶ୍ୱରପୁର ସୁସଂଗୀତା ବିଶ୍ବାଳଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ୟା ସନ୍ତାନ ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ, ହିଂସା, ଦ୍ୱେଷ, ଶିକ୍ଷା, ଅର୍ଥନୈତିକ ଭେଦଭାବ ଉର୍ଦ୍ଧ୍ବରେ ଜଣେ ଭାରତୀୟ ଭାବେ ମୁଁ ମୋର ପରିବାର, ରାଷ୍ଟ୍ର ଓ ସମାଜର ଅଭିବୃଦ୍ଧି ନିମନ୍ତେ ଲିଙ୍ଗଗତ ବୈଷମ୍ୟତା କୁ ଦୂର କରିବା ସହ ସମାନତା କୁ ପ୍ରୋତ୍ସାହିତ କରିବାରେ ସଦା ଚେଷ୍ଟିତ ରହି ଏକକ ବିଶ୍ୱାସ ଜାରି ରଖିବି। ଶିଶୁ କନ୍ୟାମାନଙ୍କ ସୁନ୍ଦର ତଥା ସୁରକ୍ଷିତ ଶୈଶବ ପ୍ରଦାନ କରିବା ନିମନ୍ତେ ମୁଁ ସର୍ବଦା ଚେଷ୍ଟିତ ହେବି। ପରେ ଏକ ଦସ୍ତଖତ ଅଭିଧାନରେ ସମସ୍ତେ ଭାଗ ନେଇଥିଲେ। ଏହି ଦିବସରେ ସରକାରୀ ପଦାଧିକାରୀ ସ୍ବେଛାସେବୀ ଅନୁଷ୍ଠାନ, ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା, ଉତ୍କଳ ବାଳାଶ୍ରମ କର୍ମକର୍ତ୍ତା, କିଶୋରି ବାଳିକା, ଅଙ୍ଗନୱାଡ଼ି କର୍ମୀ, ସହାୟିକା, ସୁପରଭାଇଜର ମାନେ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର ଧନ୍ୟବାଦ୍ ଅର୍ପଣ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking