30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ମନ୍ଦିର

ନଭେମ୍ବର ୩ରୁ ବନ୍ଦ ହେବ କେଦାରନାଥ ମନ୍ଦିର

କେଦାରନାଥ: ନଭେମ୍ବର ୩ ତାରିଖ ସକାଳ ସାଢ଼େ ୮ଟାରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ରହିବ। ମନ୍ଦିର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ପରମ୍ପରା ଅନୁଯାୟୀ ନଭେମ୍ବର ୩ ତାରିଖରେ ଭାଇ ଦୂଜ ଅବସରରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ରହିବ।
ନଭେମ୍ବର ୩ ତାରିଖ ସକାଳ ସାଢ଼େ ୮ଟାରେ କବାଟ ବନ୍ଦ ହେବ ବୋଲି ମନ୍ଦିର କମିଟିର ମୁଖ୍ୟ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଶୀତ ଋତୁରେ ଉଖିମଠସ୍ଥିତ ଶ୍ରୀ ଓମକାରେଶ୍ୱର ମନ୍ଦିରରେ ଭଗବାନ କେଦାରନାଥଙ୍କ ଦର୍ଶନ କରାଯିବ। ଶ୍ରୀ ଓମକାରେଶ୍ୱର ମନ୍ଦିରକୁ କେଦାରନାଥଙ୍କ ଶୀତକାଳୀନ ବାସଭବନ ବୋଲି କୁହାଯାଏ । ଉପର ଗଡ଼ୱାଲ ଅଞ୍ଚଳରେ ଅବସ୍ଥିତ କେଦାରନାଥ ମନ୍ଦିର ସମେତ ଚାରିଟି ଧାମର ଦ୍ୱାର ପ୍ରତିବର୍ଷ ଅକ୍ଟୋବର-ନଭେମ୍ବରରେ ଭକ୍ତଙ୍କ ପାଇଁ ବନ୍ଦ ରହିଥାଏ, ଯାହା ପରବର୍ଷ ଏପ୍ରିଲ-ମେ ମାସରେ ପୁନର୍ବାର ଖୋଲାଯାଇଥାଏ । ଶୀତଋତୁରେ ଏସବୁ ତୀର୍ଥକ୍ଷେତ୍ରଗୁଡ଼ିକ ବରଫାବୃତ ରହିଥିବାରୁ ରାସ୍ତାଘାଟ ବନ୍ଦ ହୋଇଯାଏ । ଫଳରେ ସେଠାରେ ପହଞ୍ଚିବା ସମ୍ଭବ ହୋଇନଥାଏ । ଶୀତଋତୁପରେ ଇଣ୍ଡୋ ତିବ୍ବତୀୟ ବର୍ଡର ପୁଲିସ ଓ ବର୍ଡର ରୋଡ ଅର୍ଗାନାଇଜେନସନ ପକ୍ଷରୁ ରାସ୍ତା ସଫା କରାଯିବା ପରେ ମନ୍ଦିର ପାଇଁ ରାସ୍ତା ଫିଟିଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking