26.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶମମତାଙ୍କ ଚିନ୍ତା ବଢ଼ିଲା: ଜୁନିଅର ଡାକ୍ତର ଆରମ୍ଭ କଲେ ଆମରଣ ଅନଶନ

ମମତାଙ୍କ ଚିନ୍ତା ବଢ଼ିଲା: ଜୁନିଅର ଡାକ୍ତର ଆରମ୍ଭ କଲେ ଆମରଣ ଅନଶନ

କୋଲକାତା: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନହେବାରୁ ପଶ୍ଚିମବଙ୍ଗରେ ପୁଣିଥରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି । ଏହି କାରଣରୁ ରାଜ୍ୟ ସରକାରଙ୍କ ଚିନ୍ତା ଏବେ ପୁଣିଥରେ ବଢ଼ିଯାଇଛି । ତେବେ ଏହା କେବଳ ଆମରଣ ଅନଶନ, ଏହାଦ୍ୱାରା ରୋଗୀ ସେବା ଆଦୌ ପ୍ରଭାବିତ ହେବ ନାହିଁ ବୋଲି ଜୁନିଅର ଡାକ୍ତରୀ ସଂଘ ସ୍ପଷ୍ଟ କରିଛି । ଜୁନିଅର ଡାକ୍ତର ସଂଘ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ରୋଗୀ ସେବା ପ୍ରଭାବିତ ହେଉ ବୋଲି ସଂଘ ଚାହୁଁନାହିଁ । କିନ୍ତୁ ସରକାରଙ୍କ ଅସହଯୋଗ ତଥା ଅସୂୟାପୂର୍ଣ୍ଣ ମନୋଭାବ ପାଇଁ ଡାକ୍ତରମାନେ ପ୍ରତିବାଦ ଜାରି ରଖିବେ । ଅନ୍ନଜଳ ତ୍ୟାଗ ପୂର୍ବକ ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ରୋଗୀ ସେବା ଯୋଗାଇବେ । କିନ୍ତୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମେ ଅନଶନ ଜାରି ରଖିବୁ ।

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦରେ ଜୁନିଅର ଡାକ୍ତରମାନେ ଅଗଷ୍ଟ ୧୦ରୁ ମାସାଧିକ କାଳ (୪୪ ଦିନ) ଆନ୍ଦୋଳନ ଚଳାଇଥିଲେ । ଆନ୍ଦୋଳନର ୪୫ତମ ଦିନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ପ୍ରତିବାଦକାରୀ ଜୁନିଅର ଡାକ୍ତରଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ଦାବି ସମ୍ପର୍କରେ ପଚାରିବୁଝିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ମମତା ଏବଂ ତାଙ୍କ ସରକାର ଜୁନିଅର ଡାକ୍ତରଙ୍କ ସମସ୍ତ ଦାବିକୁ ପୂରଣ କରିବା ଦିଗରେ ପ୍ରତିଶ୍ରୁତି ଦେଇଥିଲେ । ଦାବିଗୁଡ଼ିକ ଖୁବଶୀଘ୍ର ପୂରଣ ହେବା ସର୍ତ୍ତରେ ଡାକ୍ତରମାନେ ଧର୍ମଘଟ ଶେଷ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଜୁନିଅର ଡାକ୍ତରଙ୍କ ୫ଟି ଦାବି ମଧ୍ୟରୁ ୩ଟି ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ଶେଷ ହୋଇଥିଲେ ସୁଦ୍ଧା ଅନ୍ୟ ଦାବି ଦିଗ ପୂରଣ ଦିଗରେ ସରକାର କୌଣସି ସ୍ପଷ୍ଟ ଆଭିମୁଖ୍ୟ ଦେଖାଇନାହାନ୍ତି । ଏହି କାରଣରୁ ଜୁନିଅର ଡାକ୍ତରମାନେ ପୁଣିଥରେ ଧର୍ମଘଟକୁ ଓହ୍ଲାଇଛନ୍ତି । ଗତ ୩/୪ ଦିନ ଧରି ସେମାନେ ପୁଣିଥରେ ଧାରଣା ଦେବା ଆରମ୍ଭ କରିଥିବା ବେଳେ ସେମାନେ ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇବାକୁ ଦାବି କରି ରାଜ୍ୟ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ । କିନ୍ତୁ ଏହି ସମୟସୀମା ବର୍ତ୍ତମାନ ଶେଷ ହୋଇଥିଲେ ମଧ୍ୟ ସରକାର ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଇନାହାନ୍ତି । ଏଭଳି ପରିସ୍ଥିତିରେ ଡାକ୍ତରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ କାଲକାତାର ଧର୍ମାଟାଲା ଅଞ୍ଚଳର ଡୋରିନା କ୍ରସିଂରେ ଧର୍ମଘଟରେ ବସିଥିବା ଜୁନିଅର ଡାକ୍ତରମାନେ କହିଛନ୍ତି ଯେ, ଆମରଣ ଅନଶନରେ ଆବଶ୍ୟକୀୟ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସେମାନେ ସିସିଟିଭି ସ୍ଥାପନ କରିବେ । ଯାହାଫଳରେ ସେଠାରେ କ’ଣ ଘଟୁଛି ସମସ୍ତେ ଦେଖିପାରିବେ । ଜୁନିଅର ଡାକ୍ତରମାନେ କହିଛନ୍ତି ଯେ, ଅନଶନ ସମୟରେ ଯଦି କୌଣସି ଡାକ୍ତରଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ପ୍ରକାଶ, ରାଜ୍ୟ ସରକାରଙ୍କ ପକ୍ଷରୁ ପୂରଣ କରାଯାଇନଥିବା ଡାକ୍ତରଙ୍କ ଦାବି ମଧ୍ୟରେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଏବଂ କେତେକ ଅଧିକାରୀଙ୍କୁ ହଟାଇବା ଭଳି ଦାବି ସାମିଲ ରହିଛି । ଜୁନିଅର ଡାକ୍ତରଙ୍କ ଆଜିର ଏହି ପ୍ରତିବାଦ ସଭାରେ ବହୁ ସଂଖ୍ୟାରେ ସାଧାରଣ ଲୋକ ଏବଂ କିଛି ସେଲିବ୍ରିଟି ଉପସ୍ଥିତ ଥିଲେ । ଜୁନିଅର ଡାକ୍ତରମାନେ ଧର୍ମଘଟ ବନ୍ଦ କରିବା ପରେ ଅନଶନ ଆରମ୍ଭ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking