19.1 C
Bhubaneswar
Friday, February 13, 2026
Homeଓଡିଶାଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୩ ଆହତ

ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୩ ଆହତ

ବୁର୍ଲା : ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ବୁର୍ଲା ଭୀମସାରରେ ଘଟିଛି ଏଭଳି ଘଟଣା । ଫଳରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି ଜଣାଯାଇଛି। ଗତକାଲି ବୁର୍ଲା ଭୀମସାର ପରିସରରେ ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା। ବିଳମ୍ବିତ ରାତିରେ ପିଜି ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। କ୍ରମେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ ଜଣ ଡାକ୍ତରୀ ଛାତ୍ର ଆହତ ହୋଇଥିଲେ। ଭୀମସାର ନିର୍ଦ୍ଦେଶକ, ବୁର୍ଲା ଥାନା ଆଇଆଇସି ଓ ଏସଡିପିଓ ଛାତ୍ରମାନଙ୍କ ସହ ବିଳମ୍ବିତ ରାତି ଯାଏଁ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ। ଘଟଣାକୁ ନେଇ ହାଉସ ସର୍ଜନମାନେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପିଜି ଛାତ୍ରମାନେ ଆକ୍ରମଣ ପ୍ରତିବାଦରେ ହାଉସ ସର୍ଜନମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking