28.4 C
Bhubaneswar
Tuesday, June 23, 2026
Homeଅପରାଧଫାଷ୍ଟ ଫୁଡ ବିକାଳୀଙ୍କୁ ଗୁଳି କଲେ ଦୁର୍ବୃତ୍ତ

ଫାଷ୍ଟ ଫୁଡ ବିକାଳୀଙ୍କୁ ଗୁଳି କଲେ ଦୁର୍ବୃତ୍ତ

ନୂଆପଡା : ଫାଷ୍ଟ ଫୁଡ ବିକାଳୀଙ୍କୁ ଗୁଳି କଲେ ଦୁର୍ବୃତ୍ତ । ଏପରି ଚକିତ କରିବା ପରି ଘଟଣା ଗତକାଲି ରାତିରେ ନୂଆପଡା ସିନାପାଲି କାପଶି ଛକରେ ଘଟିଛି। ଗୁଳି ମାଡ଼ର ଶିକାର ହୋଇଥିବା ଯୁବକଜଣକ ହେଲେ ନୀଳାମ୍ବର ମେହେର। ନୀଳାମ୍ବର ଗତ ରାତିରେ କାପଶି ଛକରେ ଥିବା ନିଜ ଫାଷ୍ଟ ଫୁଡ ଦୋକାନରେ ଥିଲେ। ରାତି ପ୍ରାୟ ୯ଟା ବେଳକୁ ଏକ ବାଇକ୍‌ରେ ଜଣେ ଅଜଣା ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାଶୁଣି ସମସ୍ତେ ଦୌଡ଼ି ଆସିଥିବା ବେଳେ ଦୁର୍ବୃତ୍ତଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ତୁରନ୍ତ ଆହତ ନୀଳାମ୍ବରଙ୍କୁ ପ୍ରଥମେ ସିନାପାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଗୁଳିଟି ଯୁବକଙ୍କ ପେଟରେ ବାଜି ବାହାରି ଯାଇଛି l ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି। ତେବେ ଦୁର୍ବୃତ୍ତଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking