31.1 C
Bhubaneswar
Monday, May 25, 2026
Homeଓଡିଶାଆଜିଠୁ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ

ଆଜିଠୁ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ

ଭୁବନେଶ୍ୱର : ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସଂଘ ନିଷ୍ପତ୍ତି ନେଇଛି। ଆଜି ସଂଧ୍ୟା ୬ଟାରୁ ୮ ତାରିଖ ସଂଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସଂଘଗୁଡିକର ଅଭିଯୋଗ ଯେ, ପଞ୍ଚାୟତରୁ ବ୍ଲକ୍ ମୁଖ୍ୟାଳୟକୁ ପୂର୍ବ ସରକାର ଅମଳରେ ‘ଲକ୍ଷ୍ମୀ ବସ୍’ ଚାଲୁଥିଲା। ଏବେ ଯଦି ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି କ୍ଷତି ଆଉ ସହିବା ଅବସ୍ଥାରେ ନାହିଁ । ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନ ନେଲେ ଆଜିଠୁ ଆନ୍ଦୋଳନର ଧମକ ଦିଆଯାଇଛି। ପୂଜା ସମୟରେ ଏଭଳି ଚକା ବନ୍ଦ ଆନ୍ଦୋଳନ ନିଷ୍ପତ୍ତିକୁ ଯାତ୍ରୀ ନାପସନ୍ଦ କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏ ସଂପର୍କରେ ଘରୋଇ ବସ୍ ମାଲିକ ସଂଘଗୁଡ଼ିକ ସହିତ ଆଜି ଆଲୋଚନା କରାଯିବ। ତେବେ ଏହା ପରେ କ’ଣ ଫଳାଫଳ ଆସୁଛି ତାହା ସ୍ପଷ୍ଟ ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking