28.1 C
Bhubaneswar
Monday, August 31, 2026
Homeଦେଶ ବିଦେଶନେପାଳ ବନ୍ୟାରେ ୯୦୦ ଟପିଲା ମୃତ୍ୟୁ ସଂଖ୍ୟା !

ନେପାଳ ବନ୍ୟାରେ ୯୦୦ ଟପିଲା ମୃତ୍ୟୁ ସଂଖ୍ୟା !

ନୂଆଦିଲ୍ଲୀ : ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା ବେଳେ ମୃତ୍ୟସଂଖ୍ୟା ୯୦୩କୁ ବଢ଼ିଛି । ନେପାଳୀ କର୍ତ୍ତୃପକ୍ଷ ଏନେଇ ସୁଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିବ୍ବତ ସୀମା ନିକଟରେ ହୋଇଥିବା ବରଫ-ପଥର ଧସିପଡ଼ିବା କାରଣରୁ ସୃଷ୍ଟି ହୋଇଥିବା ଏହି ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀ ଏବଂ ୧୪ଟି ସାମରିକ ହେଲିକପ୍ଟର ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନେପାଳ ସରକାର କହିଛନ୍ତି ଯେ ସୋମବାର ସକାଳ ୭ଟା ସୁଦ୍ଧା ପ୍ରାୟ ୨,୫୦୦ରୁ ୩,୦୦୦ ଲୋକ ନିଖୋଜ ବା ସମ୍ପର୍କହୀନ ରହିଛନ୍ତି। ସୁରକ୍ଷା ବାହିନୀ ଦ୍ୱାରା ୮,୭୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ଓ ଭୂସ୍ଖଳନ ପରେ ଅନେକ ଭାରତୀୟ ନାଗରିକ ମଧ୍ୟ ଏବେ ସୁଦ୍ଧା ନିଖୋଜ ରହିଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ ୧୪୯ରୁ ୧୮୦ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି, ପ୍ରାୟ ୨୭୫ରୁ ୩୨୦ ଜଣ ନିଖୋଜ ବା ସମ୍ପର୍କହୀନ ରହିଛନ୍ତି ।

ଏହି ନିଖୋଜମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ୧୪ ଜଣ, ଓଡ଼ିଶାର ୮ ଜଣ ତୀର୍ଥଯାତ୍ରୀ ଅଛନ୍ତି। ଫସିଥିବା ଭାରତୀୟମାନଙ୍କୁ, ଖୋଜି ଉଦ୍ଧାର କରିବା ପାଇଁ ନେପାଳୀ ସମକକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରଖୁଛନ୍ତି ଭାରତ ସରକାର। ଭାରତର ବିଶେଷଜ୍ଞ ଟନେଲ୍-ଉଦ୍ଧାର ଦଳ ଏବଂ ବୈଷୟିକ ବିଶେଷଜ୍ଞମାନେ ମଧ୍ୟ ତ୍ରିଶୁଳୀ-୩ଏ ଜଳବିଦ୍ୟୁତ୍ ଟନେଲ୍‌ରେ କାର୍ଯ୍ୟରତ ରହିଛନ୍ତି, ଯେଉଁଠାରେ ଶ୍ରମିକମାନେ ଫସି ରହିଛନ୍ତି। ୨୫ ମାଇଲରୁ ଅଧିକ ରାସ୍ତା ଏବଂ ୪୦ଟି ଝୁଲା ସେତୁ ଧ୍ୱଂସ ହୋଇଥିବା ରିପୋର୍ଟ ରହିଛି। ଭାରି ବର୍ଷା, ଭୂସ୍ଖଳନ ଏବଂ ଅବରୋଧିତ ଉପତ୍ୟକା ଉଦ୍ଧାର କାର୍ଯ୍ୟକୁ ବାଧା ଦେଉଛି। କର୍ତ୍ତୃପକ୍ଷ ତିବ୍ବତରେ ଭୟଙ୍କର ବନ୍ୟା ପରେ ସୃଷ୍ଟି ହୋଇଥିବା ଏକ ବିପଜ୍ଜନକ ଅସ୍ଥାୟୀ ହ୍ରଦକୁ ମଧ୍ୟ ନଜର ରଖିଛନ୍ତି, କାରଣ ଏହା ପ୍ରଭାବିତ ଅଞ୍ଚଳ ପାଇଁ ଆହୁରି ବିପଦ ସୃଷ୍ଟି କରିପାରେ। ୯୩୩ ଜଣ ଜଳବିଦ୍ୟୁତ୍ ଶ୍ରମିକ ଟନେଲ୍‌ରେ ଫସିଥିବା ଆଶଙ୍କା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking