28.2 C
Bhubaneswar
Tuesday, June 23, 2026
Homeଅପରାଧକୋଟିଏ ଟଙ୍କାର ଗଞ୍ଜେଇ ଜବତ; ୩ ଗିରଫ

କୋଟିଏ ଟଙ୍କାର ଗଞ୍ଜେଇ ଜବତ; ୩ ଗିରଫ

ଭୁବନେଶ୍ୱର : କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୮୦୮ କିଲୋରୁ ଅଧିକ ଗଞ୍ଜେଇ। ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ୬୧ ଲକ୍ଷ ଟଙ୍କା ହେବ। ଫଳ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କୌଣସି ସୂତ୍ରରୁ ଖବର ପାଇଥିଲା। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରା ଚାଲାଣ କରାଯାଉଥିବା ଗଞ୍ଜେଇକୁ ଧରିବାକୁ ଜାଲ ବିଛାଇଥିଲା। ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଛକି ରହିଥିଲେ। ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା ଦେଇ ଯାଇଥିଲା ବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍‌କୁ ମାଡି ବସିଥିଲେ। ଡିଆରଆଇ ପକ୍ଷରୁ କାର୍ ଓ ଫଳ ବୋଝେଇ ଟ୍ରକ୍‌କୁ ଜବତ କରାଯାଇଛି ଓ ଘଟଣାର ତଦନ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking