ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର। ଅଣଛାତ୍ର ଓ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ। ହଷ୍ଟେଲକୁ ନେଇ ତେଜିଲା ବିବାଦ । ଉତ୍କଳ ବିଶ୍ୱବିଦ୍ୟାଳୟର ଆଇନ ବିଭାଗ ଛାତ୍ର ଗଙ୍ଗାଧର ପାଢ଼ୀ ଓ ଲାଇବ୍ରେରୀ ସାଇନ୍ସ ଦ୍ୱିତୀୟ ବର୍ଷ ଆଦିବାସୀ ଛାତ୍ର ଲକ୍ଷ୍ମଣ ମୁଣ୍ଡାଙ୍କୁ ଆକ୍ରମଣ । ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଦୁଇ ଆହାତ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଘଟଣା ପରେ ସହିଦ ନଗର ଥାନାର ଦ୍ୱାରସ୍ଥ୍ ହୋଇଛନ୍ତି ଅନେକ ଛାତ୍ର ଓ ଥାନାରେ ହୋଇଛି ଏତଲା ।










