26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶ୭ରେ ସ୍ୱରାଷ୍ଟ୍ରମନ୍ତ୍ରୀ ନକ୍ସଲ ସମସ୍ୟା ସମ୍ପର୍କୀତ ସମୀକ୍ଷା ବୈଠକ; ଯୋଗଦେବେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ

୭ରେ ସ୍ୱରାଷ୍ଟ୍ରମନ୍ତ୍ରୀ ନକ୍ସଲ ସମସ୍ୟା ସମ୍ପର୍କୀତ ସମୀକ୍ଷା ବୈଠକ; ଯୋଗଦେବେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ

ନୂଆଦିଲ୍ଲୀ : ଆସନ୍ତା ୭ ତାରିଖରେ ରାଜ୍ୟସ୍ତରରେ ରହିଥିବା ନକ୍ସଲ ସମସ୍ୟା ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ। ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏହି ବୈଠକରେ ଏଲଡବ୍ଲ୍ୟୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଗୃହମନ୍ତ୍ରଣାଳୟ ପକ୍ଷରୁ ଏନେଇ ଦିଆଯାଇଥିବା ସୂଚନାନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲ୍ୟୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ। କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ମାଓ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି।
ପ୍ରକାଶ, ଅମିତ ଶାହ ଶେଷ ଥର ପାଇଁ ୬ ଅକ୍ଟୋବର, ୨୦୨୩ରେ ଏଲ୍‌ଡବ୍ଲ୍ୟୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲ୍‌ଡବ୍ଲ୍ୟୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲ୍‌ଡବ୍ଲ୍ୟୁଇ ହିଂସା ୭୨% ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬% ହ୍ରାସ ପାଇଛି ଏବଂ ଏଲ୍‌ଡବ୍ଲ୍ୟୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି । ସଶସ୍ତ୍ର ଏଲଡବ୍ଲ୍ୟୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲଡବ୍ଲ୍ୟୁଇ କ୍ୟାଡରଙ୍କୁ ନିପାତ କରାଯାଇଛି। ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲ୍ୟୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି । ୨୦୨୪ରେ ଏଲଡବ୍ଲ୍ୟୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସିଆସିଛି। କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଲଡବ୍ଲ୍ୟୁଇ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking