25.1 C
Bhubaneswar
Thursday, February 12, 2026
Homeଓଡିଶାହବିଷ୍ୟାଳିଙ୍କ ପାଇଁ ଅଢ଼େଇ କୋଟି ମଞ୍ଜୁର

ହବିଷ୍ୟାଳିଙ୍କ ପାଇଁ ଅଢ଼େଇ କୋଟି ମଞ୍ଜୁର

ଭୁବନେଶ୍ୱର :  କାର୍ତ୍ତିକ ମାସରେ ହବିଷ୍ୟାଳିମାନଙ୍କର ବ୍ରତ ପାଳନ ନିମନ୍ତେ ଆଜି ଓଡ଼ିଶା ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି। ଧନରାଶି ଅନୁମୋଦନ ହେବା ସହିତ ହବିଷ୍ୟାଳି ମା’ ମାନଙ୍କୁ କାର୍ତ୍ତିକ ମାସ ବ୍ରତ ପାଳନ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ପ୍ରଦାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।ପ୍ରକାଶଯୋଗ୍ୟ ଯେ, ଚଳିତବର୍ଷ ଅକ୍ଟୋବର ମାସ ୧୮ ତାରିଖରୁ କାର୍ତ୍ତିକ ମାସ ବ୍ରତ ଆରମ୍ଭ ହେବ। ଏହି ସମୟରେ ପୁରୀରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ତରଫରୁ ବିଶେଷ ଭାବରେ ହବିଷ୍ୟାଳି ମା’ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଗାଡ଼ି ବ୍ୟବସ୍ଥା ଓ ସ୍ବେଚ୍ଛାସେବୀ ମୁତୟନ କରିବା, ଶୃଙ୍ଖଳା ରକ୍ଷା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ଆଦିକୁ ଅଗ୍ରାଧିକାର ଭିତ୍ତିରେ ସୁନିଶ୍ଚିତ କରାଯିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking