ଭୁବନେଶ୍ୱର : ରାଜଧାନୀରେ ବୁଲିଲା ଖଣ୍ଡା । ଲୁଟ୍ ପାଇଁ କାଠ ମିସ୍ତ୍ରୀଙ୍କୁ ଖଣ୍ଡା ଚୋଟ ହୋଇଛି । ଭୁବନେଶ୍ବର ମଞ୍ଚେଶ୍ୱର କାଳିଖମା ନିକଟରେ ଦୁର୍ବୁତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ବାଟରେ ଅଟକାଇ ମୋବାଇଲ ସହ ଛଡାଇନେଲେ ଟଙ୍କା । ଜୀବନ ବିକଳରେ ବିଲ ଭିରକୁ ଦୌଡ଼ି ପଲାଇଲେ ଯୁବକ । ଏହାପରେ ଗାଡ଼ି ନେଇ ଛୁ ମାରିଲେ ଦୁର୍ବୃତ୍ତ । ଲୁଟ୍ ଶିକାର ସଞ୍ଜୟ ମହାରଣାଙ୍କୁ ପିସିଆର ଭ୍ୟାନ୍ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ପିଠିରେ ଓ ହାତରେ ଗଭୀର ଚୋଟ ଲାଗିଛି। ଗତକାଲି ସଞ୍ଜୟ ପଟିଆରୁ ଫେରୁଥିବାବେଳେ ୩ଜଣ ବ୍ଲାକ ପଲସରରେ ଆସି ଅଟକାଇଥିଲେ। କିଛି ବୁଝିବା ପୂର୍ବରୁ ସଞ୍ଜୟଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଆକ୍ରମଣ ଶିକାର ଯୁବକ ହାତ ଯୋଡ଼ି ନେହୁରା ସତ୍ତ୍ୱେ ଛାଡି ନଥିଲେ। ଶେଷରେ ଜୀବନ ବିକଳରେ ଯୁବକ ଜଣଙ୍କ ବିଲ ଭିତରକୁ ଦୌଡ଼ି ପଳାଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତନାଘନା ତଦନ୍ତ ଚଳାଇଛି ।










