33.1 C
Bhubaneswar
Tuesday, October 1, 2024
Homeଓଡିଶାଦୁର୍ଗାପଙ୍ଗା ପଞ୍ଚାୟତରେ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

ଦୁର୍ଗାପଙ୍ଗା ପଞ୍ଚାୟତରେ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୮ ଛୁଇଁଲା

କନ୍ଧମାଳ: କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର କାଣିବାରୁ ଓ ସିନ୍ଧିବାଲି ଗ୍ରାମରେ ଦେଖାଯାଇଥିବା ଝାଡ଼ାବାନ୍ତି ଦିନକୁ ଦିନ ଭିନ୍ନ ରୂପ ନେଉଛି । ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଥିବାର ଜଣାଯାଇଛି । ଆଜି ଗୁରୁତର ଅବସ୍ଥାରେ ଦୁଇଜଣ ରୋଗୀଙ୍କୁ ଖଟିଆ ଦ୍ୱାରା  ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଁ ମୃତ୍ୟୁବରଣ କରିଥିବାର ଖବର ମିଳିଛି । ଅନ୍ୟଜଣକୁ ଗୁରୁୂତ୍ୱରଙ୍କୁ କୋଟଗଡ଼ ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାର ଖବର ମିଳିଛି । ଖବର ପ୍ରକାଶ ପରେ ଆଜି ଉକ୍ତ ଗ୍ରାମ ମାନଙ୍କରେ ଡ଼ାକ୍ତରି ଟିମ୍ ପହଞ୍ଚିଥିବା ବେଳେ ପ୍ରାୟ ୧୦ରୁ ଉର୍ଦ୍ଧ ଆକ୍ରାନ୍ତ ଅଛନ୍ତି । ଗତ ଦୁଇଦିନ ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଆଜି ତଦନ୍ତ ବେଳେ ଏହି ଦିନରେ ଅନ୍ୟ ୪ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ଜଣାପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ୪ ଦିନ ମଧ୍ୟରେ ଉକ୍ତ ଅଞ୍ଚଳରେ ୮ଜଣଙ୍କର ଦେହାନ୍ତ ଘଟିଥିବାର ଖବର ହସ୍ତଗତ ହୋଇଛି । ତେବେ ଦିନକୁ ଦିନ ଉକ୍ତ ଅଞ୍ଚଳରେ ପରିସ୍ଥିତି ଜଟିଳ ଆଡ଼କୁ ଗତି କରୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ଆଶା , ଅଙ୍ଗନୱାଡ଼ି ଏବଂ ଏ.ଏନ୍‌.ଏମ୍ କିମ୍ବା କୋଟଗଡ଼ ଚିକିତ୍ସାଳୟର ମୁଖ୍ୟ ଅଧିକାରୀ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳ ମାନଙ୍କରେ ପହଞ୍ଚିନଥିବାର ଖବର ମିଳିଛି । ଘଟଣା ଘଟିବାର ୪ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରାମାଞ୍ଚଳ ସ୍ତରରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ନପହଞ୍ଚିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ପ୍ରକାରେ , ବର୍ତ୍ତମାନ କୋଟଗଡ଼ ଡ଼ାକ୍ତରଖାନାରେ ୫ ଜଣ ଚିକିତ୍ସିତ ହେଉଥିବାର ଖବର ମିଳିଛି । ଆଜି ଉକ୍ତ ଅଞ୍ଚଳକୁ ଆର.ବି.ଏସ୍‌.କେ ଡ଼ାକ୍ତର ସିଦ୍ଦାର୍ଥ ବାରିକ , ଡ଼ାକ୍ତର ସିଫିଲ୍ ମେହେର ଏବଂ କମ୍ୟୁନିଟ୍ ହେଲଥ୍ ଅଫିସର ଛୋଟଲାଲ ସୁନା ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଏକ ନଦୀ ପାର ହୋଇ ଉକ୍ତ ମାନଙ୍କରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଅ ଖବର ପ୍ରକାରେ ଆଜି ଜିଲା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କୋଟଗଡ଼ ଡ଼ାକ୍ତର ଖାନାରେ ପହଞ୍ଚିଥିବାର ଜଣାଯାଇଛି । ଏହି ଘଟଣାରେ କୋଟଗଡ ସ୍ୱସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରା୍‌ାଇଛି ସେମାନଙ୍କ ମଧ୍ୟରୁ ପଙ୍କଜିନି ମାଝି(୨୩)କାଣିବାରୁ  ଗ୍ରାମ ଓ ପଙ୍କଜିନି ମାଝୀଙ୍କ ତିନିମାସର ଝିଅ,ଲଳିତା ଜାନି(୧୨) କାନିବାରୁ,ଆକାଶ ମାଝୀ(୨୦)ସିନ୍ଧିବାଲି ଗ୍ରାମ,ପିନୁମାଝୀ(୨୫) ସିନ୍ଧିବାଲି ଗ୍ରାମର ହୋଇଥିବା ବେଳେ ଚିକିତ୍ସିତଙ୍କ ମଧ୍ୟରେ ତିନିଜଣ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି । ତିନିଜଣ ଝାଡା ଓ ସାନ ଝିଅଟି ଜ୍ୱରରେ ଆକ୍ରାନ୍ତ ହୋଇଛି  ବର୍ତମାନ ସେମାନଙ୍କ ଅବସ୍ଥା ସ୍ୱଭାବିକ ଅଛି ବୋଲି ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀ ଡା ଶ୍ରବଣ କୁମାର ସାହୁକାର କହିଛନ୍ତି ।ଆକ୍ରାନ୍ତ ଗ୍ରାମକୁ ଦୁର୍ଗାପାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ଓ କୋଟଗଡ ଏମଏହୟୁ ଟିମ ମିଶି ଯାଇ ଗ୍ରାମରେ ଚିକିôଦା କରିବା ସହ ସ୍ୱାସ୍ଥ୍ୟ ଓ ଅନ୍ୟ ପରିକ୍ଷା କରିଆଣିବେ । ଉକ୍ତ ଗ୍ରାମ ମାନଙ୍କରେ ପରିସ୍ଥିତି ସ୍ୱଭାବିକ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି ବୋଲି ଦୁର୍ଗାପାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଜର୍ଜ ଦୀପକ ଦର୍ଗାଦତ କହିଛନ୍ତି । ତେବେ ସଚେତନତା ଅଭାବ ଯୋଗୁଁ ଏଭଳି ବାରମ୍ବାର ସଂପୃକ୍ତ ଅଞ୍ଚଳ ମାନଙ୍କରେ ଘଟୁଥିବା ବେଳେ ବିଭିନ୍ନ ସମୟରେ ଯେଉଁ ସବୁ ସଚେତନତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଛି ସେଥିରେ ସହର ମାନଙ୍କୁ ଯେଭଳି ଭାବେ ଗୁରୁୂତ୍ୱ ଦିଆଯାଉଛି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳ ମାନଙ୍କରେ ସେଭଳି ଗୁରୁ୍‌ତ୍ୱ ଦିଆଯାଉନଥିବା ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ବହୁ ବୁଦ୍ଧଜୀବି ମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking