22.1 C
Bhubaneswar
Friday, February 13, 2026
Homeଓଡିଶାଓଡ଼ିଶାକୁ ଆର୍ଥିକ ଶକ୍ତିରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ

ଓଡ଼ିଶାକୁ ଆର୍ଥିକ ଶକ୍ତିରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ

ଭୁବନେଶ୍ୱର :  ଓଡ଼ିଶାକୁ ଏକ ପ୍ରଭାବୀ ଆର୍ଥିକ ଶକ୍ତିରେ ପରିଣତ କରିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଓଡ଼ିଆମାନେ ଏହି ବିକାଶ ଯାତ୍ରାରେ ସାମିଲ ହେବାକୁ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆହ୍ୱାନ କରିଛନ୍ତି । ମାନ୍ଦ୍ରାଜ ଉତ୍କଳ ଆସୋସିଏସନ୍‌ର ବାର୍ଷିକୋତ୍ସବ ତଥା ଉତ୍କଳ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଗୌରବମୟ ଇତିହାସ, ସାମୁଦ୍ରିକ ବାଣିଜ୍ୟ, କଳା-ଭାସ୍କର୍ଯ୍ୟ, ବିପୁଳ ଖଣିଜ ସଂପଦ, ଦୀର୍ଘ ବେଳାଭୂମି ଓ ପର୍ଯ୍ୟଟନ ବିଭବ ପାଇଁ ଓଡ଼ିଶାର ଅର୍ଥନୀତି ଦୃଢ଼ ହୋଇପାରିବ । ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ବେଳକୁ ଓଡ଼ିଶା ୧.୫ ଟ୍ରିଲିୟନ୍ ଡଲାର ଆର୍ôଥକ ଶକ୍ତି ଭାବରେ ଉଭା ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଆତ୍ମପରିଚିତିର ସୁରକ୍ଷା ଏବଂ ପ୍ରସାର ପାଇଁ ପ୍ରବାସୀ ଓଡ଼ିଆମାନଙ୍କ ଉଦ୍ୟମ ତଥା ଯତ୍ନର ଆବଶ୍ୟକତା ରହିଛି । ଶ୍ରୀ ଜେନା ଓଡ଼ିଶାରେ ନୂତନ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ବାବଦରେ ସୂଚନା ଦେଇ ରାଜ୍ୟର ଖଣିଜ ସଂପଦ, ପରିବହନ, ଯୋଗାଯୋଗ ଓ ଶିଳ୍ପ କ୍ଷେତ୍ରରେ ସଂଘଟିତ ଉନ୍ନତି ସାଙ୍ଗକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପ୍ରାୟୋଜିତ ବିଭିନ୍ନ କଲ୍ୟାଣକର କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ତାମିଲନାଡ଼ୁରେ ଥିବା ପ୍ରାୟ ୧୦ ଲକ୍ଷ ଓଡ଼ିଆଙ୍କ ପ୍ରତିନିଧିତ୍ୱ କରୁଥିବା ଏହି ଆସୋସିଏସନ୍‌ର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ଆସୋସିଏସନ୍‌ର ସଭାପତି ପବିତ୍ର ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ନ୍ୟାସନାଲ୍ କମ୍ପାନୀ ଲ ଆପିଲେଟ୍ ଟ୍ରିବୁନାଲ୍‌ର ବୈଷୟିକ ସଦସ୍ୟ ଯତୀନ୍ଦ୍ରନାଥ ସ୍ୱାଇଁ, ଇଣ୍ଡିଆନ୍ ବ୍ୟାଙ୍କର ଏକ୍‌ଜ୍ୟୁଟିଭ୍ ଡାଇରେକ୍ଟର ଆଶୁତୋଷ ଚୌଧୁରୀ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିିଗମର ପରିଚାଳନା ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖି ମାନ୍ଦ୍ରାଜ୍‌ସ୍ଥିତ ଓଡ଼ିଆମାନେ ସବୁବେଳେ ଆନ୍ତଃରାଜ୍ୟ ସାମାଜିକ-ସାଂସ୍କୃତିକ ଓ ବୌଦ୍ଧିକ ସଂପର୍କକୁ ଦୃଢ଼ କରିବାରେ ପ୍ରୟାସୀ ରହିବେ ବୋଲି ଆଶା ପ୍ରକଟ କରିଥିଲେ । ଆସୋସିଏସନ୍‌ର ସଂପାଦକ ପ୍ରଭାସ ପତି ମଧ୍ୟ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଏକତା ଡ୍ୟାନ୍ସ ଗ୍ରୁପ୍ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ପ୍ରଖାଳିକା ପି. ଷଡଙ୍ଗୀଙ୍କ ଭାରତ ନାଟ୍ୟମ୍ ଓ ମାନସୀଙ୍କ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking