30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନସରୁଲ୍ଲାର ଗୁପ୍ତ ଠିକଣା ସମ୍ପର୍କରେ ଇସ୍ରାଏଲକୁ ସୂଚନା ଦେଇଥିଲେ ଜଣେ ଇରାନୀ ଗୁପ୍ତଚର

ନସରୁଲ୍ଲାର ଗୁପ୍ତ ଠିକଣା ସମ୍ପର୍କରେ ଇସ୍ରାଏଲକୁ ସୂଚନା ଦେଇଥିଲେ ଜଣେ ଇରାନୀ ଗୁପ୍ତଚର

ବେରୁତ: ଫ୍ରାନ୍ସର ଖବରକାଗଜ ‘ଲି ପ୍ୟାରିସିଆନ୍‌’ ପକ୍ଷରୁ ପ୍ରକାଶ ଏକ ରିପୋର୍ଟ ଏବେ ଇରାନ୍ ପାଇଁ ଚିନ୍ତାର କାରଣ ସାଜିଛି । କାରଣ ଏହି ଖବରକାଗଜ ନିଜ ରିପୋର୍ଟରେ ଦାବି କରିଛି ଯେ, ଜଣେ ଇରାନୀ ଗୁପ୍ତଚର ହିଁ ଇସ୍ରାଏଲ ସେନାକୁ ନସରଲ୍ଲାଙ୍କ ଠିକଣା ସମ୍ପର୍କରେ ପକ୍କା ସୂଚନା ଦେଇଥିଲେ । ଇସ୍ରାଏଲ ଅଧିକାରୀମାନଙ୍କୁ ସେ, ନସରଲ୍ଲା କେତେବେଳେ ବେରୁତର ଦକ୍ଷିଣ ଉପନଗରରେ ଥିବା ଅତ୍ୟନ୍ତ ସୁରକ୍ଷିତ ଭୂତଳ ବଙ୍କର ଭିତରେ ଉପସ୍ଥିତ ରହିବେ ଏବଂ ହିଜବୁଲ୍ଲାର ଅନେକ ଶୀର୍ଷ ସଦସ୍ୟଙ୍କ ସହ କେଉଁ ସମୟରେ ବୈଠକରେ ଯୋଗଦେବେ ସେସମ୍ପର୍କରେ ସଠିକ୍ ସମୟ, ତାରିଖ ସମ୍ପର୍କରେ ସୂଚନା ଦେଇଥିଲେ ।

ଉକ୍ତ ଇରାନୀ ଗୁପ୍ତଚରଙ୍କ ସୂଚନା ଆଧାରରେ ହିଁ ଇସ୍ରାଏଲ୍ ସେନା ପକ୍ଷରୁ ଠିକଣା ସ୍ଥାନରେ ମିସାଇଲ୍ ମାଡ କରାଯାଇଥିଲା । କେବଳ ସେତିକି ନୁହେଁ ଆକ୍ରମଣର ଠିକ୍ ପରଦିନ ଇସ୍ରାଏଲ ସେନା ଦାବି କରିଥିଲା ଯେ ବେରୁତର ଦହିୟାରେ ଥିବା ଏକ ଆବାସିକ କୋଠା ତଳେ ହିଜବୁଲ୍ଲାର ଭୂତଳ ମୁଖ୍ୟାଳୟ ଉପରେ ଟାର୍ଗେଟ ଆକ୍ରମଣ କରି ନସରଲ୍ଲାଙ୍କୁ ନିପାତ କରାଯାଇଛି । ଏପ୍ରକାର ଏକ ରିପୋର୍ଟ ଆସିବା ପରେ ଇରାନ୍ ଏବେ ସେ ଦେଶଦ୍ରୋହୀ ଗୁପ୍ତଚରଙ୍କୁ ଖୋଜିବାରେ ଲାଗିପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking